ଅହମଦାବାଦ-ମୁମ୍ବଇ ମଧ୍ୟରେ ଚଳାଚଳ କରିବ ପ୍ରଥମ ବୁଲେଟ୍ ଟ୍ରେନ
ନୂଆଦିଲ୍ଲୀ : ଆଗାମୀ ୨୦୨୭ରେ ଭାରତ ପ୍ରଥମ ବୁଲେଟ୍ ଟ୍ରେନ ଚଳାଚଳ କରିବ। ଅହମଦାବାଦ-ମୁମ୍ବଇ ମଧ୍ୟରେ ଏହା ଚଳାଚଳ କରିବ। ଜାପାନ ଇଣ୍ଟରନ୍ୟାସନାଲ କୋ-ଅପରେସନ ଏଜେନ୍ସି (ଜେଆଇସିଏ) ସହଯୋଗରେ ନ୍ୟାସନାଲ ହାଇ ସ୍ପିଡ୍ ରେଲ କର୍ପୋରେସନ ଲିମିଟେଡ (ଏନଏଚ୍ଏସଆରସିଏଲ୍)ଭାରତରେ ବୁଲେଟ ଟ୍ରେନ ପ୍ରକଳ୍ପକୁ କାର୍ୟ୍ୟକାରୀ କରୁଛି। ବୁଲେଟ୍ ଟ୍ରେନ ପ୍ରକଳ୍ପ ଲାଗି ଏଚଏଚ୍ଏସଆରସିଏଲ୍ ୨୪ଟି ଇ୫ ସିରିଜ୍ ସିନକାନସେନ୍ ଟ୍ରେନସେଟ୍ ଲାଗି ୧୧,୦୦୦ କୋଟି ଟଙ୍କାର ଟେଣ୍ଡର ଆହ୍ବାନ କରିଛି। ଜେଆଇସିଏର ସର୍ତ୍ତ ଅନୁଯାୟୀ କେବଳ ଜାପାନ କମ୍ପାନୀ ଏହି ଟେଣ୍ଡର ନିମନ୍ତେ ଆବେଦନ କରିପାରିବେ। ତେବେ ଜାପାନର ଦୁଇଟି କମ୍ପାନୀ ହିଟାଚି ରେଲ ଓ କାୱସାକି ହେଭି ଇଣ୍ଡଷ୍ଟ୍ରିଜ୍ ଇ୫ ସିନକାନସେନ ସିରିଜ୍ର ଟ୍ରେନସେଟ୍ ତିଆରି କରୁଛନ୍ତି। ପ୍ରତି ସିନକାନସେନ ଟ୍ରେନସେଟ୍ରେ ୧୦ଟି ଲେଖାଏଁ ବଗି ରହିବ। ଯେଉଁଥିରେ ୬୯୦ ଜଣ ଯାତ୍ରୀ ଯାତ୍ରା କରିପାରିବେ।
Powered by Froala Editor