ଶ୍ରମିକଙ୍କ ଉପରେ ପରିସ୍ରା ଘଟଣା: ପାଦ ଧୋଇ କ୍ଷମା ମାଗିଲେ ମୁଖ୍ୟମନ୍ତ୍ରୀ
ମଧ୍ୟପ୍ରଦେଶର ସିଦ୍ଧି ଅନ୍ତର୍ଗତ କୁବରୀ ଗ୍ରାମରେ ଦଶମତ ରାୱତ ନାମକ ଜଣେ ଆଦିବାସୀ ଶ୍ରମିକଙ୍କ ଉପରେ ବିଜେପି କର୍ମୀ ପରିସ୍ରା କରିବା ଘଟଣାରେ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ସମ୍ମାନର ନିଦର୍ଶନସ୍ବରୂପ ଶିବରାଜ ସିଂହ ଚୌହାନ ଶ୍ରମିକଙ୍କୁ ଭେଟି ତାଙ୍କ ପାଦ ଧୋଇ ଦେବା ସହିତ କ୍ଷମା ମାଗିଛନ୍ତି।
ସେ ଶ୍ରମିକଙ୍କ ପାଦବାର ଫଟୋ ମଧ୍ୟ ନିଜ ଟୁଇଟର୍ ହ୍ୟାଣ୍ଡଲ୍ରେ ସେୟାର୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ଚୌହାନ୍ ଲେଖିଛନ୍ତି, ମନ ଖୁବ୍ ଦୁଃଖ, ଦଶମତଜୀ ଆପଣଙ୍କ ଦୁଃଖରେ ଭାଗୀ ହେବାକୁ ଏହା ସାମାନ୍ୟ ପ୍ରୟାସ ମାତ୍ର।
ଉଲ୍ଲେଖଯୋଗ୍ୟ, ଦଶମତ ହେଉଛନ୍ତି ସେହି ଆଦିବାସୀ ଶ୍ରମିକ ଯାହାଙ୍କ ଉପରେ ସିଦ୍ଧି ଜିଲ୍ଲାରେ ପ୍ରବେଶ ଶୁକ୍ଳା ନାମରେ ଜଣେ ବ୍ୟକ୍ତି ପରିସ୍ରା କରିଥିଲେ ଏବଂ ସେ ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେବାରୁ ମଙ୍ଗଳବାର ବିଳମ୍ବିତ ରାତ୍ରରେ ତାଙ୍କୁ ଗିରଫ କରାଯାଇଥିଲା। ଅମାନବୀୟ କାଣ୍ଡ କରିଥିବା ପ୍ରବେଶଙ୍କ ମାଲିକାନାରେ ଥିବା ଘରର କିଛି ଅଂଶକୁ ମଧ୍ୟ ରାଜ୍ୟ ସରକାର ବୁଧବାର ଦିନ ବୁଲ୍ଡୋଜର୍ଦ୍ବାରା ଭାଙ୍ଗି ପକାଇଥିଲେ।
Powered by Froala Editor