ମଦ୍ୟପକୁ ଉଠାଉଥିବାବେଳେ କନେଷ୍ଟବଳଙ୍କ ଉପରେ ମାଡିଗଲା ଟେମ୍ପୋ
ଉତ୍ତର ପ୍ରଦେଶର କାନପୁର ଦେହାତ ଜିଲ୍ଲାର ଆକବରପୁର ଅନ୍ତର୍ଗତ ରାଜପଥରେ ମଦ ପିଇ ରାସ୍ତାରେ ପଡ଼ିଥିବା ଜଣେ ଯୁବକକୁ ସହଯୋଗ କରିବାକୁ ଯାଇ ପ୍ରାଣ ହରାଇଛନ୍ତି ଜଣେ ୨୬ ବର୍ଷୀୟ କନଷ୍ଟେବଲ। ଦ୍ରୁତଗାମୀ ଟେମ୍ପୋ ଧକ୍କା ଦେବାରୁ କନେଷ୍ଟବଳଙ୍କର ମୃତ୍ୟୁ ଘଟିଛି ଓ ଆଉ ୩ଜଣ ପୁଲିସ କର୍ମଚାରୀ ଆହତ ହୋଇଛନ୍ତି।
ବୁଧବାର ପ୍ରତ୍ୟୁଷରେ ଘଟିଥିବା ଏହି ଦୁର୍ଘଟଣାରେ ମଦ୍ୟପଙ୍କର ବି ମୃତ୍ୟୁ ଘଟିଛି। କିନ୍ତୁ, ତାଙ୍କର ପରିଚୟ ମିଳିନାହିଁ। ଆହତ ହୋଇଥିବା ୩ଜଣ ପୁଲିସ କର୍ମଚାରୀଙ୍କ ମଧ୍ୟରେ ଜଣେ ସବ୍-ଇନ୍ପେକ୍ଟର୍ ଥିବା କଥା ଜଣେ ପଦସ୍ଥ ପୁଲିସ ଅଧିକାରୀ କହିଛନ୍ତି।
କାନପୁର ଦେହାତ୍ର ଅତିରିକ୍ତ ଏସ୍. ପି. ରାଜେଶ କୁମାର ପାଣ୍ଡେ କହିଛନ୍ତି, ହେଡ୍ କନେଷ୍ଟବଳ ଅରବିନ୍ଦ କୁମାର ଏବଂ କନେଷ୍ଟବଳ ସୌରଭ କୁମାର ଓ ବିବେକ କୁମାରଙ୍କୁ ସାଥିରେ ଧରି ସବ୍-ଇନ୍ସ୍ପେକ୍ଟର୍ ମଥୁରା ପ୍ରସାଦ ପାଟ୍ରୋଲିଙ୍ଗ୍ କରୁଥିବା ବେଳେ ରାଜପଥର ମାଧପୁର ସେତୁ ନିକଟରେ ଜଣେ ମଦ୍ୟପ ରାସ୍ତାରେ ଶୋଇଥିବା ଦେଖିଥିଲେ। କନେଷ୍ଟବଳ ବିବେକ କୁମାର ଉକ୍ତ ମଦ୍ୟପଙ୍କୁ ଟାଣି ରାସ୍ତାରୁ ଉଠାଉଥିବା ବେଳେ ଗୋଟାଏ ଦ୍ରୁତଗାମୀ ଟେମ୍ପୋ ଧକ୍କା ଦେବାରୁ ସେ ପୋଲ ଉପରୁ ତଳକୁ ଖସିପଡ଼ିଲେ ଓ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଲା।
ହାତ, ଗୋଡ଼ ଓ ଅଣ୍ଟାରେ ଆଘାତ ପାଇଥିବା ବାକି ୩ଜଣ ପୁଲିସ କର୍ମଚାରୀଙ୍କୁ ଜିଲ୍ଲା ହସ୍ପିଟାଲ୍କୁ ନିଆଯାଇଥିଲା। ଦୁର୍ଘଟଣା ଘଟାଇଥିବା ଟେମ୍ପୋ ଡ୍ରାଇଭର ସୁରେନ୍ଦ୍ର କୁମାର ଗୁପ୍ତାଙ୍କୁ ପୁଲିସ୍ ଗିରଫ କରିଛି।
Powered by Froala Editor