ଚିକିତ୍ସାଧୀନ ଅବସ୍ଥାରେ ଭୋଇ ସେବକ ମୃତ
ଭୁବନେଶ୍ୱର: ବାହୁଡ଼ା ଦିନ ଶ୍ରୀକ୍ଷେତ୍ରରେ ବଳଭଦ୍ରଙ୍କ ରଥ ଦଉଡ଼ି ଛିଡ଼ି ଗୁରୁତର ଥିବା ଭୋଇ ସେବକ ନକୁଳ ଭୋଇଙ୍କ ଆଜି ମୃତ୍ୟୁ ହୋଇଛି। ଭୁବନେଶ୍ୱର ଏମ୍ସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।
ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ବେଳେ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଦଉଡ଼ି ଛିଡ଼ି ଯାଇଥିଲା। ଦୁର୍ଘଟଣାରେ ଭୋଇ ସେବାୟତ ନକୁଳଙ୍କ ସମେତ ୬ ଜଣ ଆହତ ହୋଇଥିଲେ। ମାର୍କେଟ ଛକରେ ଏହି ଅଘଟଣ ଘଟିଥିଲା। ରଥ ଦଉଡିଟି ନକୁଳଙ୍କ ମୁହଁରେ ବାଜି ଥିଲା। ତାଙ୍କ ଦାନ୍ତ ଓ ମାଡ଼ିରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ତୁରନ୍ତ ପୁରୀ ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା। ଭୁବନେଶ୍ୱର ଏମ୍ସ ଆଇସିୟୁରେ ତାଙ୍କୁ ଭର୍ତ୍ତି କରାଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ମୃତ୍ୟୁ ଘଟିଛି।
Powered by Froala Editor