ଜ୍ୟୋତି ନୁହେଁ ପ୍ରଥମେ ଧୋକ୍କା ଦେଇଥିଲେ ଆଲୋକ
ୟୁପିର ବରେଲି ଏସଡିଏମ ଜ୍ୟୋତି ମୌର୍ଯ୍ୟ ଏବଂ ସ୍ୱାମୀ ଆଲୋକ ମୌର୍ଯ୍ୟଙ୍କ ମଧ୍ୟରେ ବିବାଦ ଜାରି ରହିଛି । ହେଲେ ଇତି ମଧ୍ୟରେ ମୁହଁ ଖୋଲିଛନ୍ତି ଜ୍ୟୋତି । ସେ ଆଲୋକଙ୍କ ବିଷୟରେ ନୂଆ ଖୁଲାସା କରିଛନ୍ତି । ଏପରିକି ଜ୍ୟୋତିଙ୍କ ବାପା ମଧ୍ୟ ଆଲୋକଙ୍କୁ ମିଛୁଆ ବୋଲି କହିଛନ୍ତି । ସମ୍ପର୍କରେ ଫାଟ ସେ ହିଁ ପ୍ରଥମେ ସୃଷ୍ଟି କରିଥିଲେ । ମିଛ କହି ଭୂଆଁ ବୁଲାଇଥିଲେ ବୋଲି ଅଭିଯୋଗ ଆଣିଛନ୍ତି ।
ଜ୍ୟୋତି ଓ ଆଲୋକ ୨୦୧୦ରେ ବିବାହ କରିଥିବା ବେଳେ ଏବେ ଦୁହିଁଙ୍କ ବିବାହର ନିମନ୍ତ୍ରଣ କାର୍ଡ ଭାଇରାଲ ହେଉଛି, ଯେଉଁଥିରୁ ସ୍ପଷ୍ଟ ହୋଇଛି ଯେ ବିବାହ ସମୟରେ ଆଲୋକ ନିଜକୁ ଗ୍ରାମ ପଞ୍ଚାୟତ ଅଧିକାରୀ ବୋଲି କହି ବିବାହ କରିଥିଲେ।
ଜ୍ୟୋତିଙ୍କ ବାପା କହିଛନ୍ତି, ବିବାହ ସମୟରେ ଆଲୋକଙ୍କ ପରିବାର କହିଥିଲେ ଯେ ଆଲୋକ ମୌର୍ଯ୍ୟ ହେଉଛନ୍ତି ଗ୍ରାମ ପଞ୍ଚାୟତ ଅଧିକାରୀ। ବର ପକ୍ଷରୁ ବିବାହ ନିମନ୍ତ୍ରଣ କାର୍ଡରେ ମଧ୍ୟ ଏହା ଛପା ଯାଇଥିଲା। ଏବେ ଆଲୋକ ନିଜକୁ ସଫେଇ କର୍ମଚାରୀ ବୋଲି କହୁଛନ୍ତି। ଗୋଟିଏ ମିଛକୁ ନେଇ ଗଢ଼ି ଉଠିଥିବା ସମ୍ପର୍କ କେମିତି ଆଗକୁ ବଢ଼ିପାରିବ ବୋଲି ଜ୍ୟୋତିଙ୍କ ବାପା ପ୍ରଶ୍ନ କରିଛନ୍ତି।
ସୂଚନାଯୋଗ୍ୟ ଯେ, ଜ୍ୟୋତିଙ୍କ ସ୍ୱାମୀ ଆଲୋକ ଜଣେ ସଫେଇ କର୍ମଚାରୀ ହୋଇଥିବା ବେଳେ ସେ ଅଭିଯୋଗ କରିଛନ୍ତି ଯେ ସେ ଜ୍ୟୋତିଙ୍କୁ ପିସିଏସ ହେବାରେ ସମର୍ଥନ କରିଥିଲେ । କିନ୍ତୁ ଏସଡିଏମ ହେବା ପରେ ଜ୍ୟୋତି ଅନ୍ୟ ଜଣେ ଅଧିକାରୀଙ୍କ ସହ ସମ୍ପର୍କ ସ୍ଥାପନ କରି ତାଙ୍କୁ ଧୋକା ଦେଇଥିଲେ। ଏବେ ଦୁହିଁଙ୍କ ଛାଡ଼ପତ୍ର ଆବେଦନର ଶୁଣାଣି କୋର୍ଟରେ ଚାଲିଛି।
Powered by Froala Editor