ଜୁଲାଇ ୧୩ରେ ଚନ୍ଦ୍ରୟାନ-୩ ଉତକ୍ଷେପଣ
ଜୁଲାଇ ୧୩ରେ ଚନ୍ଦ୍ରୟାନ-୩ ଉତକ୍ଷେପଣ ହେବ ବୋଲି ସୂଚନା ଦେଇଛନ୍ତି ଇସ୍ରୋ ଅଧ୍ୟକ୍ଷ ଏସ୍. ସୋମନାଥ। ଶ୍ରୀହରିକୋଟାସ୍ଥିତ ସତୀଶ ଧାଓ୍ବନ ସ୍ପେସ ସେଣ୍ଟର ଲଞ୍ଚ୍ ପ୍ୟାଡ୍ରୁ ଏହାକୁ ଉତ୍କ୍ଷେପଣ କରାଯିବ।
ଚନ୍ଦ୍ରଯାନ-୨ ତୁଳନାରେ ଚନ୍ଦ୍ରଯାନ-୩ରେ ବହୁ ଉନ୍ନତ ତଥା ଆଧୁନିକ ଯନ୍ତ୍ରାଂଶ ଖଞ୍ଜାଯାଇଛି ଏବଂ ଗତ ମାର୍ଚ୍ଚରୁ ହିଁ ସେଗୁଡ଼ିକର ପରୀକ୍ଷଣ ସରିଛି। ଜୁଲାଇ ୧୩ରେ ଉତ୍କ୍ଷେପଣ ପାଇଁ ତାରିଖ ଧାର୍ଯ୍ୟ କରାଯାଇଛି। ଆବଶ୍ୟକ ସ୍ଥଳେ ଜୁଲାଇ ୧୯ ତାରିଖ ପର୍ଯ୍ୟନ୍ତ ଏହି ମିଶନ୍ ଜାରି ରହିବ। ଆମେ ଚନ୍ଦ୍ରପୃଷ୍ଠରେ ସଫ୍ଟ ଲ୍ୟାଣ୍ଡିଂ କରିବାରେ ସକ୍ଷମ ହେବୁ ବୋଲି କହିଛନ୍ତି ଏସ୍.ସୋମନାଥ।
ସୂଚନାଯୋଗ୍ୟ, ୨୦୧୯ ସେପ୍ଟେମ୍ବରରେ ‘ଚନ୍ଦ୍ରଯାନ-୨’ ଅଭିଯାନ ବିଫଳ ହୋଇଥିଲା। ଭାରତ ପାଇଁ ଏହା ଏକ ବଡ଼ ଝଟ୍କା ଥିଲା। ଏହାପରେ ‘ଚନ୍ଦ୍ରଯାନ-୩’ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିଲା। ତେବେ ଏଥର ମିଶନ୍ ସଫଳ ହେବ ବୋଲି ଇସ୍ରୋ ମୁଖ୍ୟ ଆଶା କରିଛନ୍ତି।
Powered by Froala Editor