ସିଂହଦ୍ୱାରରେ ଓଲଟିଲା ସିଂହ, ଅଶୁଭ ବୋଲି କହିଲେ ଗବେଷକ
ପୁରୀ ଶ୍ରୀମନ୍ଦିରର ସଂହଦ୍ୱାର ଏବେ ରୂପାରେ ଝଟକୁଛି । ହେଲେ ଦ୍ୱାରରେ ଥିବା ସିଂହର ପ୍ରତୀକାତ୍ମକ ଚିତ୍ରକୁ ନେଇ ବିବାଦ ଦେଖାଦେଇଛି । ପୂର୍ବରୁ ସିଂହଦ୍ୱାରରେ ଥିବା କବାଟରେ ପରସ୍ପରକୁ ଚାହିଁଥିବା ସିଂହଙ୍କ ସ୍ୱରୂପ ଥିଲା । ହେଲେ ନବ ନିର୍ମିତ କବାଟରେ ସିଂହଙ୍କ ମୁଖ ପରସ୍ପରର ବୀପରିତ ରହିଛି ।
ପୂର୍ବରୁ ଦ୍ୱାର ଖୋଲିଲେ ସିଂହ ମୁଖ ମନ୍ଦିର ଆଡ଼କୁ ରହୁଥିଲା । କିନ୍ତୁ ବର୍ତ୍ତମାନ ଦ୍ୱାର ଖୋଲିଲେ ସିଂହର ମୁଖ ବାହରକୁ ରହି ପୃଷ୍ଟ ଭାଗ ମନ୍ଦିରକୁ ରହୁଛି । ଏ ସମ୍ପର୍କରେ ସଂସ୍କୃତି ଗବେଶକ କୁହନ୍ତି, ସିଂହଦ୍ୱାର ହେଉଛି ଧର୍ମଦ୍ୱାର । ମହାପ୍ରଭୁଙ୍କ ମୁଖ ପୂର୍ବକୁ ରହିଛି । ମହାଲକ୍ଷ୍ମୀଙ୍କ ମୁଖ ମଧ୍ୟ ପୂର୍ବକୁ । ସିଂହଦ୍ୱାରରେ ଥିବା ୨ ସିଂହଙ୍କର ମୁଖ ମଧ୍ୟ ପୂର୍ବକୁ । ତେଣୁ ସିଂହଙ୍କର ମୁଖ ପୂର୍ବକୁ ରହିବା କଥା । ବିପରୀତ ମୁଖୀ ସିଂହ ଅନର୍ଥର କାରଣ, ବିପରୀତ ମୁଖି ସିଂହ ରହିଲେ ଛତ୍ରଭଙ୍ଗ, ଶତ୍ରୁ ମାନଙ୍କ ଆଧିପତ୍ୟ ଏବଂ ତୀବ୍ର ଶ୍ରୀହାନୀ ହୁଏ ବୋଲି ମତାମତ ପ୍ରକାଶ ପାଇଛି ।
କିନ୍ତୁ ବରିଷ୍ଠ ସେବାୟତ କୁହନ୍ତି ସିଂହଦ୍ୱାରରେ ଲାଗିଥିବା କବାଟରେ ପ୍ରତୀକାତ୍ମକ ଭାବେ ସିଂହର ଚିତ୍ର ରହିବା କଥା । ବର୍ତ୍ତମାନ ସେଥିରେ କୌଣସି ସମସ୍ୟା ନାହିଁ ।
Powered by Froala Editor