ନିଶାରେ ଚୁର୍ ଥିଲା ଶାଶୂ, ବାହାଘର ଭାଙ୍ଗିଦେଲା ବର
ବିବାହ ପାଇଁ ବର ପହଞ୍ଚିଥିଲେ କନ୍ୟା ଘର ସାମନାରେ । ସବୁ କିଛି ପ୍ରସ୍ତୁତି ସରିଥିଲା । କିନ୍ତୁ କନ୍ୟା ପକ୍ଷଙ୍କ ହାବଭାବ ଦେଖି ତାଟକା ହୋଇଗଲା ବର । ସିଧାସିଧା ବାହା ହେବାକୁ ମନା କରିଦେଲା ।
ଉତ୍ତରପ୍ରଦେଶ ହୟାତନଗର ଥାନା ଅନ୍ତର୍ଗତ ସରାୟତରିନ ନିବାସୀ ଜଣେ ଯୁବକଙ୍କର ବିବାହ ସମ୍ବଲ ଜିଲ୍ଲାର ଜଣେ ଯୁବତୀଙ୍କ ସହ ସ୍ଥିର ହୋଇଥିଲା । ଉଭୟ ପକ୍ଷଙ୍କ ସହମତି କ୍ରମେ ବିବାହ ତାରିଖ ସ୍ଥିର କରାଯାଇଥିଲା । ବିବାହ ଦିନ ପରେ ବର ପକ୍ଷ ଲୋକ ମଧ୍ୟ ପହଞ୍ଚି ଯାଇଥିଲେ । କନ୍ୟାଘର ଲୋକ ଶୋଭାଯାତ୍ରାକୁ ସ୍ୱାଗତ କରିଥିଲେ । ତା'ପରେ ବିବାହର ସମସ୍ତ ରୀତିନୀତି ଆରମ୍ଭ ହୋଇଥିଲା ।
ହେଲେ ବିବାହ ଚାଲିଥିବା ବେଳେ କନ୍ୟାର ମା ଡିଜେ ଗୀତରେ ଡ୍ୟାନ୍ସ କରିବା ଆରମ୍ଭ କରିଥିଲେ । ସମସ୍ତଙ୍କ ସାମ୍ନାରେ ସିଗାରେଟ୍ ପରେ ସିଗାରେଟ୍ ଫୁଙ୍କିବା ଆରମ୍ଭ କରିଥିଲେ । ଏପଟେ ମା'କୁ ଦେଖି ଫ୍ଲାଇଙ୍ଗ୍ କିସ୍ କରୁଥିଲେ ବେଦିରେ ବସିଥିବା କନ୍ୟା । ଏସବୁ ଦେଖି ବର ବିବାହ ହେବା ପାଇଁ ମନା କରିଦେବା ସହ ମଣ୍ଡପରୁ ଉଠି ଯାଇଥିଲେ ।
Powered by Froala Editor