ଟଙ୍କା ହଡ଼ପ କରି ଗିରଫ ହେଲେ କ୍ୟାସିୟର
ଭୁବନେଶ୍ୱର: ମାଲୁଦଠାରେ ଥିବା ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କରେ କାର୍ୟ୍ୟରତ କ୍ୟାସିୟର ବ୍ୟାଙ୍କରୁ ଟଙ୍କା ହଡ଼ପ କରି ଗିରଫ ହେବା ପରେ ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି । ବ୍ୟାଙ୍କ ଶାଖା ପରିଚାଳକଙ୍କ ଅଜ୍ଞାତରେ ଲକରରୁ ୩୦ଲକ୍ଷ ୮୪ହଜାର ୯୨୭ଟଙ୍କା ହଡ଼ପ କରିଥିବା ସୂଚନା ମିଳିଛି । କ୍ୟାସିୟର ନାମ ଅନିଲ କୁମାର ଶବର ବୋଲି ଜଣାପଡ଼ିଛି । କୃଷ୍ଣପ୍ରସାଦ ଥାନାରେ ଅଭିଯୋଗ ପରେ ପୁଲିସ ସମ୍ପୃକ୍ତ କ୍ୟାସିୟରକୁ ଗିରଫ କରି ତାଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଜବତ କରିଛି । ଅଭିଯୁକ୍ତ କ୍ୟାସିୟରକୁ କୋର୍ଟ ଚାଲାଣ କରାଯାଇଥିବା ବେଳେ ଜବତ ଟଙ୍କା ବ୍ୟାଙ୍କକୁ ଯାଇନଥିବା ସୂଚନା ମିଳିଛି ।
Powered by Froala Editor