ଟ୍ୱିଟର ବ୍ୟବହାରକାରୀଙ୍କ ପୁଣି ଏକ ନୂଆ ନିୟମ, ଜାଣିନ୍ତୁ କ’ଣ
ନୂଆଦିଲ୍ଲୀ: ଟ୍ୱିଟର ବ୍ୟବହାରକାରୀଙ୍କ ଏଲନ୍ ମସ୍କ ଆଣିଛନ୍ତି ପୁଣି ଏକ ନୂଆ ନିୟମ। ଏକ ନୂଆ ଆଦେଶ ଜାରି କରି ଏଲନ୍ ମସ୍କ ତିନୋଟି ନିୟମ ବିଷୟରେ କହିଛନ୍ତି। ନୂଆ ନିର୍ଦେଶ ଅନୁସାରେ, ଏବେ ଟ୍ୱିଟରରେ ମନ ଇଛା ପୋଷ୍ଟ କରିବା ଓ ପଢିବା ଉପରେ ଲାଗିବ ରୋକ । ଏଣିକି ଟ୍ୱିଟର୍ରେ ଦିନକୁ କେତେ ପୋଷ୍ଟ ଦେଖି ପାରିବେ? ତା’ର ସୀମା ନିର୍ଦ୍ଧାରଣ କରିଛନ୍ତି ଏଲନ ମସ୍କ । ଡାଟା ଚୋରି ଓ ସିଷ୍ଟମ ଜାଲିଆତିକୁ ରୋକିବାକୁ ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ କଟକଣା ଲଗାଯାଇଛି । ଅସ୍ଥାୟୀ ଭାବେ ଏହି କଟକଣା ଲାଗୁ କରାଯାଉଥିବା ଟ୍ୱିଟ କରି ଜଣାଇଛନ୍ତି ଏଲନ ମସ୍କ । ଭେରିଫାଏଡ ଆକାଉଣ୍ଟ ଦିନକୁ ୧୦ ହଜାର ପୋଷ୍ଟ ପଢ଼ି ପାରିବେ। ସେହିପରି ଭେରିଫାଏଡ ହୋଇ ନଥିବା ଆକାଉଣ୍ଟଧାରୀ ଦିନକୁ ୧ ହଜାର ଓ ନୂଆ କରି ଖୋଲିଥିବା ବା ନୂଆ ଅନଭେରିଫାଏଡ ଆକାଉଣ୍ଟଧାରୀ ସର୍ବାଧିକ ୫୦୦ଟି ପୋଷ୍ଟ ପଢ଼ି ପାରିବେ। ପୂର୍ବରୁ ଭେରିଫାଏଡ୍ ଆକାଉଣ୍ଟ ଦିନକୁ ୬ ହଜାର, ଅନଭେରିଫାଏଡ୍ ଆକାଉଣ୍ଟଧାରୀ ୬୦୦ ଓ ନୂଆ ଆକାଉଣ୍ଟଧାରୀ ସର୍ବାଦିକ ୩୦୦ଟି ପୋଷ୍ଟ ପମି ପାରିବେ ବୋଲି ଟ୍ୱିଟ୍ କରିଥିଲେ ମସ୍କ ।
ବିଭିନ୍ନ ସଂଗଠନ ଟ୍ୱିଟର ତଥ୍ୟକୁ ବେଶ୍ ସକ୍ରିୟ ଭାବେ ଚୋରି କରୁଥିବା ଅଭିଯୋଗ ରହିଛି । ଏହାଦ୍ୱାରା ଟ୍ୱିଟର ଆକାଉଣ୍ଟଧାରୀଙ୍କ ଉପରେ ପ୍ରଭାବ ପଡ଼ୁଛି । ସେ ଓପନଏଆଇ, ଚ୍ୟାଟଜିପିଟି ଭଳି କୃତ୍ରିମ ବୃଦ୍ଧିର କମ୍ପାନୀଗୁଡ଼ିକ ଉପରେ ମଧ୍ୟ ନିଜର ଅସନ୍ତୋଷ ପ୍ରକାଶ କରିଥିଲେ । ଟ୍ୱିଟର ତଥ୍ୟକୁ ଏହି କମ୍ପାନୀଗୁଡ଼ିକ ନେଇ ସେମାନଙ୍କ ଭାଷାର ମଡେଲରେ ବ୍ୟବହାର କରୁଥିବା କହିଥିଲେ ।
Powered by Froala Editor