ଅଡ଼ୁଆରେ ପକାଇଲା ଟଙ୍କା ବିଡା ସହ ସେଲ୍ଫି
ଉତ୍ତରପ୍ରଦେଶ ଉନ୍ନାଓ ଜିଲ୍ଲାରେ ଷ୍ଟେସନ ହାଉସ ଅଫିସର ଭାବେ କାମ କରି ବିଡ ବିଡା ଟଙ୍କା କେଉଁଠୁ ପାଇଲେ? ତାଙ୍କ ପିଲା ଓ ସ୍ତ୍ରୀ ଖଟରେ ବିଡା ବିଡା ଟଙ୍କା ସହ ସେଲଫି ପକାଇଥିଲେ । ତେବେ ସେଇଠୁ ଆରମ୍ଭ ହୋଇଛି ତନାଘନା । ଜଣେ ସାଧାରଣ ଷ୍ଟେସନ ହାଉସ ଅଫିସର ହୋଇ ସେ ଏତେ ଟଙ୍କା କେଉଁଠୁ ଆଣିଲେ ବୋଲି ପ୍ରଶ୍ନ ଉଠିଛି ।
ଉନ୍ନାଓ ଜିଲ୍ଲାରେ ରମେଶ ଚନ୍ଦ୍ର ସାହାଣୀ ଷ୍ଟେସନ ହାଉସ ଅଫିସର ଭାବେ କାର୍ଯ୍ୟରତ ଥିଲେ। ନିକଟରେ ତାଙ୍କ ସ୍ତ୍ରୀ ଓ ପିଲାମାନେ ବିଡା ବିଡା ୫୦୦ ଟଙ୍କିଆ ନୋଟ ସହ ସେଲଫି ନେଇ ସୋସିଆଲ ମିଡିଆରେ ଛାଡିଥିଲେ । ପାଞ୍ଚ ଶହ ଟଙ୍କିଆ ୧୩ଟି ବିଡାକୁ ଖଟ ଉପରେ ରଖି ରମେଶଙ୍କ ପରିବାର ଫଟୋ ଉଠାଇଛନ୍ତି। ପାଖାପାଖି ୧୩ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି। ଏହି ଫଟୋ ଭାଇରାଲ ହେବା ପରେ ରମେଶଙ୍କୁ ଅନ୍ୟ ଥାନାକୁ ଟ୍ରାନ୍ସଫର କରାଯାଇଛି । ଜଣେ ଏସଏଚଓଙ୍କ ପରିବାର ଏତେ ଟଙ୍କା କେଉଁଠୁ ଆଣିଲେ ତାକୁ ନେଇ ତନାଘନା ଆରମ୍ଭ ହୋଇଛି । ତେବେ ରମେଶଙ୍କ କହିବା କଥା ଏହି ଫଟୋ ୨୦୨୧ ମସିହାର । ସେ ଏକ ଜମି ବିକି ଏହି ଟଙ୍କା ଆଣିଥିଲେ। ସେ ଯାହାବି ହେଉ ଗୋଟିଏ ସେଲଫି ପାଇଁ ତାଙ୍କ ଅନ୍ୟ ସ୍ଥାନକୁ ବଦଳି କରାଯାଇଛି ।
Powered by Froala Editor