ଟ୍ରକ୍ ସହ ଜଳିଗଲେ ଡ୍ରାଇଭର
ଦେବଗଡ଼: ଦୁଇଟି ଟ୍ରକ୍ ମଧ୍ୟରେ ହେଲା ମୁହାଁମୁହିଁ ଧକ୍କା। ଧକ୍କା ହେବା ପରେ ଗୋଟିଏ ଟ୍ରକ୍ ରାସ୍ତା ତଳକୁ ଖସି ଯାଇଥିବା ବେଳେ ଆଉ ଗୋଟିକରେ ଲାଗି ଯାଇଥିଲା ନିଆଁ। ନିଆଁ ଲାଗିବା ଯୋଗୁ ଉକ୍ତ ଟ୍ରକ୍ର ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏଭଳି ଏକ ଘଟଣା ଘଟିଛି ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ବମ୍ପରଡ଼ା ଗାଁ ନିକଟରେ।
ଆଜି ସକାଳ ପ୍ରାୟ ୫ଟା ବେଳେ ୪୯ ନମ୍ବର ଜାତୀୟ ରାଜପଥରେ ଏହି ଦୁର୍ଘଟଣା ଘଟିଥିଲା। ଦେବଗଡ଼ ପଟୁ ଏକ ମାଲ୍ ବୋଝେଇ ଟ୍ରକ୍ କେନ୍ଦୁଝର ଅଭିମୁଖେ ଯାଉଥିବା ବେଳେ ବିପରୀତ ଦିଗରୁ ଆସୁଥିବା ଆଉ ଏକ ମାଲ୍ ବୋଝେଇ ଟ୍ରକ୍ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା। ଏହା ପରେ ଦେବଗଡ଼ ପଟୁ ଯାଉଥିବା ଟ୍ରକ୍ରେ ନିଆଁ ଲାଗି ଯାଇଥିଲା ଓ ସେଥିରେ ଥିବା ଡ୍ରାଇଭର ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ଏହି ଟ୍ରକ୍ରୁ ଡାଲାଟି ସଂପୂର୍ଣ୍ଣ ଅଲଗା ହୋଇଯାଇଥିଲା। ସେହିପରି ଅନ୍ୟ ଟ୍ରକ୍ଟି ରାସ୍ତା ତଳକୁ ଖସି ଯାଇଥିଲା।
Powered by Froala Editor