ଟେକା ଫିଙ୍ଗି ସିଂହକୁ ଭଗାଇ ଦେଲେ ଚାଷୀ, ଗାଇକୁ ବଞ୍ଚାଇଲେ

କୌଣସି ହିଂସ୍ର ପଶୁ ସାମନାକୁ ଆସିଗଲେ କ’ଣ କରିବେ? ଦୌଡି ପଳାଇବେ ନା । କିନ୍ତୁ ଗୁଜରାଟର ଏହି ଘଟଣା ଦେଖିଲେ ଆପଣଙ୍କ ଛାତି ଥରିଯିବ । ଜଣେ ଚାଷୀ ନିର୍ଭିକ ଭାବେ ନିଜ ଗାଇକୁ ସିଂହ ମୁହଁରୁ ବଞ୍ଚାଇଛନ୍ତି ।
ଚାଷୀ ଜଣକ ପହଞ୍ଚିବା ପୂର୍ବରୁ ସିଂହଟି ଗାଈକୁ ଆକ୍ରମଣ କରିବା ସହ ତାର ବେକକୁ କାମୁଡ଼ି ଧରିଥିଲା। ଗାଈଟି ରକ୍ଷା ପାଇବା ପାଇଁ ବହୁ ଚେଷ୍ଟା କରୁଥିଲା। ଏହା ଦେଖି ଏହି ବାଟ ଦେଇ ଯାଉଥିବା ଗାଡ଼ିଗୁଡ଼ିକ ଅଟକି ରହିଥିଲା। ଏହି ସଂଘର୍ଷ ଭିତରେ ଚାଷୀ ଜଣକ ଅତି ସାଧାରଣ ଷ୍ଟାଇଲ୍ରେ ଘଟଣାସ୍ଥଳରେ ପହଞ୍ଚି ନିଜ ଗାଈର ଜୀବନ ରକ୍ଷା କରିଥିଲେ।କାର୍ରେ ଥିବା ଗୁଜୁରାଟ ଜୁନାଗଡ଼ ଅନ୍ତର୍ଗତ କେଶୋଡ଼ର କର୍ପୋରେଟର ବିବେକ କୋଟାଦିଆ ଏହି ସଂଘର୍ଷ ସମୟର ଭିଡ଼ିଓ କରିଥିଲେ।
ବିବେକ ଭିଡିଓକୁ ଟ୍ୱିଟ କରି ଘଟଣାଟି ଗିର୍ ସୋମନାଥ ଜିଲ୍ଲାରେ ଘଟିଥିବା ଉଲ୍ଲେଖ କରିଛନ୍ତି। ନିଜ ଗାଈକୁ ରକ୍ଷା କରିବାକୁ ଚାଷୀ ଜଣକ କିପରି ନିର୍ଭୟରେ ଚାଲିଚାଲି ଆସି ରାସ୍ତା ପାଖରେ ପଡ଼ିଥିବା ଗୋଟାଏ ଟେକା ଉଠାଇ ସିଂହକୁ ମାରିବାକୁ ଚେଷ୍ଟା କରିଥିଲେ ଓ ଏହାକୁ ଡରି ସିଂହଟି ଗାଈକୁ ଛାଡ଼ି ଘଟଣାସ୍ଥଳରୁ ଦୌଡ଼ି ପଳାଇଥିଲା ତାହା ବର୍ଣ୍ଣନା କରିଛନ୍ତି।
Powered by Froala Editor