ହଜ୍ ଯାତ୍ରା : ୨ ହଜାରରୁ ଅଧିକ ଲୋକ ଅଂଶୁଘାତର ଶିକାର, ୨୩୦ ମୃତ
ନୂଆଦିଲ୍ଲୀ: ଚଳିତ ହଜ୍ ତୀର୍ଥଯାତ୍ରା ସମୟରେ ୨ ହଜାରରୁ ଅଧିକ ଲୋକ ଅଂଶୁଘାତର ଶିକାର ହୋଇଛନ୍ତି। ୨୩୦ରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଯାଇଛି। ଚଳିତଥର ୧.୮ ନିୟୁତ ଶ୍ରଦ୍ଧାଳୁ ହଜ୍ ତୀର୍ଥଯାତ୍ରାରେ ଯୋଗ ଦେଇଛନ୍ତି।
ତେବେ ତାପମାତ୍ରା ୪୮ ଡିଗ୍ରି ପହଞ୍ଚିବାରୁ ଗୁରୁବାର ଦିନ ୧୭୦୦ ଶ୍ରଦ୍ଧାଳୁ ଅଂଶୁଘାତର ଶିକାର ହୋଇଥିବା ସାଉଦି ସ୍ବାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି। ତୀର୍ଥଯାତ୍ରା ସମୟରେ ୨୩୦ ଲୋକଙ୍କର ଅତ୍ୟଧିକ ଗରମ ଯୋଗୁଁ ମୃତ୍ୟୁ ହୋଇଛି। କେବଳ ଇଣ୍ଡୋନେସିଆରୁ ୨୦୯ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି
Powered by Froala Editor