ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୧୦ ହଜାର ମୁହାଁ
ଭୁବନେଶ୍ୱର : ତିନି ଦିନର ବ୍ୟବଧାନ ପରେ ରାଜ୍ୟରେ ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ୧୦ ହଜାର ମୁହାଁ ହୋଇଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୯୫୪୧ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୩୪୩ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ। ବାକି ୪୧୯୮ଟି ହେଉଛି ଲୋକାଲ୍ କେସ୍। ସେହିପରି ରାଜ୍ୟରେ କରୋନାରେ ଆଉ ୩୩ ଜଣଙ୍କ ମୃତ୍ୟୁ ଘଟିଛି।
ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୩୪୨ ଜଣ ଚିହ୍ନଟ ହୋଇଥିବା ବେଳେ କଟକରୁ ୭୧୬, ମୟୂରଭଞ୍ଜରୁ ୬୯୫, ସୁନ୍ଦରଗଡ଼ରୁ ୫୯୫, ଅନୁଗୋଳରୁ ୫୬୨ ଓ ପୁରୀ ଜିଲ୍ଲାରୁ ୫୨୮ ଜଣ ଚିହ୍ନଟ ହୋଇଛନ୍ତି।
Powered by Froala Editor