ନାତିର ମୃତ୍ୟୁକୁ ଗ୍ରହଣ କରିପାରିଲାନି ଆଈ : ମୃତଦେହକୁ ଗାଧୋଉଥିଲା, ଖୁଆଇ ଦେଉଥିଲା

୧୮ ବର୍ଷର ନାତିକୁ ହରାଇ ମାନସିକ ଭାରସାମ୍ୟ ହରାଇ ସାରିଥିଲା ଆଇ । ସେ ସବୁଦିନ ପାଇଁ ଚାଲିଯାଇଛି ଭାବି ପାରୁନଥିଲା । ତେଣୁ ପାଖରେ ରଖି ସଜବାଜ କରିଦେଉଥିଲା । ଗାଧୋଇବା ଠୁ ଆରମ୍ଭ କରି ଖାଦ୍ୟ ଦେବା, ତାକୁ ପୋଷାକ ପିନ୍ଧାଇବା ସବୁ କରୁଥିଲା । କିନ୍ତୁ ୧୦ ଦିନ ପରେ ଦୁର୍ଗନ୍ଧରେ ପାଖ ପଡିଶା ସନ୍ଦେହ କରିଥିଲେ । ଯାଞ୍ଚ କରିବା ପରେ ଏସବୁ ସତ କଥା ଜଣାପଡିଥିଲା । ହେଲେ ଆଇର ଅବସ୍ଥା ଦେଖି ସମସ୍ତଙ୍କ ଆଖି ଜକେଇ ଯାଇଥିଲା । ଉତ୍ତରପ୍ରଦେଶର ବାରାବଙ୍କିରୁ ଏ ଦୁଃଖଦ ଘଟଣା ସାମ୍ନାକୁ ଆସିଛି।
ପ୍ରଥମେ ପୁଲିସ କର୍ମଚାରୀ ଆଈକୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏଥିସହିତ ମୃତଦେହକୁ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲେ।
ତେବେ ସ୍ଥାନୀୟ ଲୋକଙ୍କ କହିବାନୁସାରେ, ବୃଦ୍ଧାଙ୍କ ମାନସିକ ଅବସ୍ଥା ଠିକ ନଥିଲା। ତାଙ୍କ ସହିତ ତାଙ୍କ ୧୮ବର୍ଷର ନାତି ରହୁଥିଲା। ତେବେ ନାତିର କେମିତି ମୃତ୍ୟୁ ହେଲା ସେନେଇ କିଛି ଜଣାପଡ଼ିନାହିଁ। କିନ୍ତୁ ବୃଦ୍ଧ ଜଣକ ଏତିକି କହୁଛନ୍ତି କି ତାଙ୍କ ନାତିର ୧୦ଦିନ ପୂର୍ବରୁ ମୃତ୍ୟୁ ହୋଇଯାଇଥିଲା। ଏହାପରେ ସେ ତାଙ୍କ ନାତିକୁ ପ୍ରତିଦିନ ସ୍ନାନ କରାଇବା ସହିତ ପୋଷାକ ବି ବଦଳାଇ ଦେଉଥିଲେ। ବ୍ୟବଚ୍ଛେଦ ରିପୋର୍ଟ ଆସିଲେ ଯାଇ ବାଳକଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରିବ।
Powered by Froala Editor