ନିଜ ଇଚ୍ଛାରେ ସାନ ଭଉଣୀକୁ ସଉତୁଣୀ କଲା ବଡ଼ ଭଉଣୀ

ଜଣେ ମହିଳା ତାଙ୍କ ସ୍ବାମୀଙ୍କ ବିବାହ ସାନ ଭଉଣୀ ସହିତ କରାଇ ଦେଇଛନ୍ତି। ଏ କୌଣସି ଫିଲ୍ମ କିମ୍ବା ସିରିଏଲରେ ନୁହେଁ । ବାସ୍ତବ ଜୀବନର କାହାଣୀ । ଶଙ୍କରଗଢ଼ ଜିଲ୍ଲାରୁ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି।
ଏଠାରେ ରହୁଥିବା ରାଜକୁମାର ଦିନମଜୁରିଆ ଭାବେ କାମ କରନ୍ତି। ତାଙ୍କ ବିବାହ ରୁମି ସହିତ ହୋଇଥିଲା। ରୁମି ତାଙ୍କ ଛୋଟ ଭଉଣୀକୁ ବହୁତ ଭଲ ପାଉଥିଲେ। ସାନ ଭଉଣୀର ବିବାହ ଅନ୍ୟ କେଉଁଠି କରିବାକୁ ତାଙ୍କ ପାଖରେ ସେତିକି ଅର୍ଥ ନଥିଲା। ତେଣୁ ରୁମି ଏ ପ୍ରସଙ୍ଗରେ ସ୍ବାମୀଙ୍କ ସହିତ ଆଲୋଚନା କରିଥିଲେ। ପ୍ରଥମେ ଏପରି ବିବାହ କରି ପାରିବେ ନାହିଁ ବୋଲି ସ୍ବାମୀ ରୁମିଙ୍କୁ ମନା କରି ଦେଇଥିଲେ । ବୁଝାସୁଝା କରିବା ପରେ ଭଉଣୀ ଭାରତୀଙ୍କ ବିବାହ ସ୍ବାମୀଙ୍କ ସହିତ ରୁମି ଏକ ମନ୍ଦିରରେ କରାଇଥିଲେ।
ଏହି ବିବାହ ତିନିଜଣଙ୍କ ସହମତି ଓ ଦୁଇ ପରିବାର ଲୋକଙ୍କ ସହଯୋଗରେ ସମ୍ପର୍ଣ୍ଣ ହୋଇଥିଲା। ଏହି ବିବାହ ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଥିବା ବେଳେ ସାନ ଭଉଣୀ ପ୍ରତି ବଡ଼ ଭଉଣୀର ତ୍ୟାଗକୁ ଦେଖି ରୁମିକୁ ଭୁରିଭୁରି ପ୍ରଶଂସା କରାଯାଉଛି।
Powered by Froala Editor