ଭାରତକୁ ବିଶ୍ୱବ୍ୟାଙ୍କର ୨୫୫.୫ ନିୟୁତ ଡ଼ଲାର ଟଙ୍କାର ଋଣ ମଞ୍ଜୁର
ନୂଆଦିଲ୍ଲୀ : ଦେଶର ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ ଗୁଡ଼ିକରେ ବୈଷୟିକ ଶିକ୍ଷା ବିକାଶ ଲାଗି ବିଶ୍ୱବ୍ୟାଙ୍କ ଭାରତକୁ ୨୫୫.୫ ନିୟୁତ ଡ଼ଲାର ଟଙ୍କାର ଋଣ ମଞ୍ଜୁର କରିଛନ୍ତି । ଏହାଦ୍ୱରା ଆଗାମୀ ପାଂଚ ବର୍ଷରେ ସାରାବେଶରେ ବଛା ବଛା ରାଜ୍ୟରେ ୨୫୬ ଶିକ୍ଷାନୁଷ୍ଠାନର ବିଭିନ୍ନ ପ୍ରକଳ୍ପ ତ୍ୱରାନିତ କରାଯିବ । କାର୍ଯ୍ୟକ୍ରମ ଦ୍ୱାରା ବାର୍ଷିକ ୩.୫୦ଲକ୍ଷ ଛାତ୍ରଛାତ୍ରୀ ଲାଭବାନ ହେବେ । ବୈଷୟିକ ପ୍ରତିଷ୍ଠାନ ଗୁଡ଼ିକରେ ମଲ୍ଟି ଡ଼ିସିପ୍ଲିନାରି ଶିକ୍ଷା ଏବଂ ଗବେଷଣାର ବିକାଶ ଦିଗରେ ସହାୟକ ହେବ । ଛାତ୍ର ଛାତ୍ରୀଙ୍କ ଦକ୍ଷତା ବିକାଶ ବୃଦ୍ଧିକରି ସେମାନଙ୍କ ନିଯୁକ୍ତକ୍ଷମ କରାଇବା, ଉନ୍ନତ ଗବେଷଣା, ଔଦ୍ୟୋଗିକତା, ଉଦ୍ଭାବନ ଏବଂ ଅନୁଷ୍ଠାନେ ଗୁଡ଼ିକର ଗଭର୍ଣ୍ଣାସକୁ ଆହୁରି ଉନ୍ନତ କରିବା ନେଇ ଲକ୍ଷ୍ୟ ରଖାଯାଇଛି ।
ଯୋଗାଯୋଗର ସଦ୍ୟତମ ଟେକ୍ନୋଲୋଜି ଏବଂ ଜଳବାୟୁ ପରିବର୍ତନ ଭଳି ବିଭିନ୍ନଦିଗ ଗୁଡ଼ିକ ପ୍ରକଲ୍ପ ଅଧିନରେ ଛାତ୍ରଛାତ୍ରୀଙ୍କ ଲାଗି ସାମିଲ ରହିବ । ସେମାନେ ପ୍ରତିଷ୍ଠିତ ସ୍ଥାନରେ କିପରି ଚାକିରି ପାଇବେ ତାହାକୁ ନଜରରେ ରଖାଯାଇଛି । ୨୦୧୯-୨୦ ସୁଦ୍ଧା ଦେଶ ମଧ୍ୟରେ ୪୦ ହଜାର ଶିକ୍ଷା ପ୍ରତିଷ୍ଠାନ ରହିଥିବାବେଳେ ୩୯ ନିୟୁତ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ । ବିଶ୍ୱବ୍ୟାଙ୍କର କଂଟ୍ରି ନିଦେ୍ର୍ଶକ ଅଗଷ୍ଟ ତାନୋ କହିଛନ୍ତି , ନୂଆ ନିଯୁକ୍ତି ଏବଂ ଉନ୍ନତ ବାଣିଜ୍ୟ ସୁଯୋଗ ସୃଷ୍ଟି କରିବା ଲାଗି ଭାରତ ଜାତୀୟ ଶିକ୍ଷା ନୀତି କାର୍ଯ୍ୟକାରୀ କରାଇଛି । ଏହାଦ୍ୱାରା ବୈଷୟିକ ଶିକ୍ଷା କ୍ଷେତ୍ରରେ ଅଧିକ ସଂଖ୍ୟକ ମହିଳା ସାମିଲ ହୋଇପାରିବେ ।
Powered by Froala Editor