ଭାଙ୍ଗିପଡିଲା ରେଲୱେ ବ୍ରିଜ୍, ପାଣିରେ ଖସିପଡିଲା ମାଲବାହୀ ଟ୍ରେନର ଏକାଧିକ ବଗି
ନୂଆଦିଲ୍ଲୀ: ଆମେରିକା ମୋଣ୍ଟାନା ନଦୀରେ ଭାଙ୍ଗିପଡିଲା ରେଲୱେ ବ୍ରିଜ୍ । ଫଳରେ ଏହା ଉପରେ ଯାଉଥିବା ମାଲବାହୀ ଟ୍ରେନର ଏକାଧିକ ବଗି ପାଣିରେ ଖସିପଡିଛି । ମାଲଗାଡିର ଟ୍ୟାଙ୍କର ଗୁଡିକରେ ଗରମ ଡାମର ଓ ତରଳ ସଲ୍ଫର ଥିବାରୁ ସେସବୁ ନଦୀ ପାଣିରେ ମିଶି ବିଷାକ୍ତ ହୋଇଯାଇଥିବା ଆଶଙ୍କା ରହିଛି । ଫଳରେ ଏହି ନଦୀର ପାଣି ସପ୍ଲାଏ ହେଉଥିବା ଅଞ୍ଚଳ ଗୁଡିକୁ ପାଣି ଯୋଗାଣ ବନ୍ଦ ରହିଥିବା ସୂଚନା ରହିଛି ।
Powered by Froala Editor