୩୬ ବର୍ଷରେ ବାହା ହେବାକୁ ମିଳିଲାନି ଝିଅ, ସୁଇସାଇଡ କରିଦେଲେ
![୩୬ ବର୍ଷରେ ବାହା ହେବାକୁ ମିଳିଲାନି ଝିଅ, ସୁଇସାଇଡ କରିଦେଲେ](https://odishanewslens.com/news_gallery/22463_1687628223.jpg)
ବାହା ହେବାକୁ ଝିଅ ନ ମିଳିବାରୁ ବିଷ ପିଇ ଜୀବନ ହାରିଛନ୍ତି ଚାଷୀ। କର୍ଣ୍ଣାଟକାର ହାଭେରି ଜିଲ୍ଲାରୁ ଏପରି ଖବର ଆସିଛି। ଆତ୍ମହତ୍ୟା କରିଥିବା ଚାଷୀ ହେଲେ ମଞ୍ଜୁନାଥ ନାଗାନୁର।
ମଞ୍ଜୁନାଥ ଦୀର୍ଘ ୮ ବର୍ଷ ହେଲା ବାହା ହେବାକୁ ଝିଅ ଖୋଜୁ ଥିଲେ। ଅନେକ ଖୋଜାଖୋଜି ପରେ ମଧ୍ୟ ତାଙ୍କୁ ବାହା ହେବାକୁ ଉପଯୁକ୍ତ ଝିଅଟିଏ ମିଳି ନଥିଲେ। ବୟସ ୩୬ ଛୁଇଁ ସାରିଥିବାରୁ ତାଙ୍କୁ ଆଉ ଝିଅ ମିଳିବେ ନାହିଁ ବୋଲି ମଧ୍ୟ ସେ ଆଶଙ୍କା କରିଥିଲେ। ଏଥିପାଇଁ ସେ ଆତ୍ମହତ୍ୟା କରିଛନ୍ତି। ଆତ୍ମହତ୍ୟା ପୂର୍ବରୁ ସେ ଗୋଟିଏ ଚିଠି ଲେଖିଛନ୍ତି। ସେ ବାହା ହେବାକୁ ବହୁ ଚେଷ୍ଟା କରିଥିଲେ ମଧ୍ୟ ଉପଯୁକ୍ତ ଝିଅ ମିଳୁ ନାହାନ୍ତି। ଏହା ତାଙ୍କ ବାପା ମା’ଙ୍କୁ ଅତ୍ୟନ୍ତ କଷ୍ଟ ଦେଉଛି। ବାପା ମା’ଙ୍କ କଷ୍ଟ ଆଉ ସହି ହେଉନି। ଆଉ କିଛି ଉପାୟ ମଧ୍ୟ ନାହିଁ। ତେଣୁ ସେ ଜୀବନ ହାରୁଥିବା କଥା ସୁଇସାଇଡ ନୋଟରେ ଲେଖିଛନ୍ତି।
ପୁଅର ଏପରି ମୃତ୍ୟୁକୁ ବାପା ମା’ ସହଜରେ ଗ୍ରହଣ କରିପାରୁନାହାନ୍ତି । ସେମାନେ ବୋହୂ ଆଶାରେ ଥିଲେ । ହେଲେ ପୁଅକୁ ହରାଇବେ ବୋଲି ଜାଣିନଥିଲେ । ତେଣୁ ପୁଅକୁ ଝୁରି ଝୁରି କାନ୍ଦୁଛନ୍ତି ବୃଦ୍ଧ ବାପା ମା’ ।
Powered by Froala Editor