୮୦୦ କର୍ମଚାରୀଙ୍କୁ ବିଦା କରିଦେଲା OLX

କିଛି ଦିନ ଭିତରେ ବଡ ବଡ କମ୍ପାନୀ ଛଟେଇ ଆରମ୍ଭ କରିଛନ୍ତି । ତେବେ OLX ଭଳି କମ୍ପାନୀ ବି ଛଟେଇ କରିଥିବା ଜଣାପଡିଛି । ୟା ଭିତରେ କମ୍ପାନୀ ୮୦୦ କର୍ମଚାରୀଙ୍କୁ ବିଦା କରିସାରିଲାଣି । କମ୍ପାନୀ କାରବାରକୁ ଚାଲୁ ରଖିବା ପାଇଁ ନିବେଶକଙ୍କ କିମ୍ବା ଗ୍ରାହକଙ୍କ ଖୋଜିବାକୁ ଚେଷ୍ଟା କରିଥିଲା କିନ୍ତୁ ଦୁର୍ଭାଗ୍ୟର ଏହାର ସମାଧାନ ହୋଇପାରି ନ ଥିଲା। ଯାହା ଫଳରେ ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନେବାକୁ ପଡ଼ିଲା।
କିଛି ସପ୍ତାହ ତଳେ OLX ଗ୍ରୁପ୍ ନିଜ କର୍ମଚାରୀଙ୍କ ସଂଖ୍ୟାରେ ୧୫% କମ୍ କରିବାକୁ ଯୋଜନା କରୁଥିବା ନେଇ ଘୋଷଣା କରିଥିଲା। ତେବେ କମ୍ପାନୀ ଛଟେଇ ହୋଇଥିବା କର୍ମଚାରୀଙ୍କୁ ସାହଯ୍ୟ ଯୋଗାଇବ ବୋଲି ମଧ୍ୟ କହିଛି।
ଏହି ନିଷ୍ପତ୍ତିର ପ୍ରଭାବ OLXର ପ୍ୟରେଣ୍ଟ କମ୍ପାନୀ କର୍ମଚାରୀଙ୍କ ଉପରେ ପଡ଼ିଛି। କିଛି ସ୍ଥାନରେ ଥିବା Olx Autos ନାମକ ଏହାର କାର୍ ବିକ୍ରି ବ୍ୟବସାୟ ବନ୍ଦ ହୋଇଯାଇଛି ।
Powered by Froala Editor