ପିଙ୍କ ହ୍ଵାଟ୍ସଆପକୁ ସାବଧାନ
ଆପଣଙ୍କ ମୋବାଇଲକୁ ହ୍ଵାଟ୍ସଆପ ଅପଡେଟେଡ଼ ଡାଉନଲୋଡ଼ କରିବାକୁ କିଛି ଲିଙ୍କ ଆସୁଛି କି ? ଭୁଲରେ ବି ସେହି ଲିଙ୍କରେ କ୍ଲିକ କରନ୍ତୁ ନାହିଁ । କ୍ଲିକ କରିବା ମାତ୍ରେ ପିଙ୍କ ହ୍ଵାଟ୍ସଆପ ଆପଣଙ୍କ ମୋବାଇଲରେ ଇନଷ୍ଟଲ ହୋଇଯିବ । ଏହି ଭାଇରସ ସଫ୍ଟୱେର ଜରିଆରେ ଫୋନର ସମସ୍ତ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଚୋରି କରିନେବ ସାଇବର ଠକ । ଥରେ ମାତ୍ର ଲିଙ୍କ କ୍ଲିକ କଲେ ଲୁଟେରାଙ୍କ ନିକଟକୁ ଯିବ ଫଟୋ, ଭିଡିଓ ଓ ବ୍ୟାଙ୍କ ଡାଟା । ପିଙ୍କ ହ୍ଵାଟ୍ସଆପ ସ୍କାମ ଏବେ ସାରା ଦେଶ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଏ ନେଇ ଆଡଭାଇଜରି ଜାରି କରିଛି କ୍ରାଇମବ୍ରାଞ୍ଚ ।
ସାରା ଦେଶରେ ସାଇବର ଠକଙ୍କ ଏହି ନୂଆ ଫଣ୍ଡା ଅନେକ ଲୋକଙ୍କୁ ଅସୁବିଧାରେ ପକାଇବା ପରେ ମୁମ୍ବାଇ ପୋଲିସ ପକ୍ଷରୁ ଲୋକଙ୍କୁ ସତର୍କ କରାଯାଇଛି ।
ମୁମ୍ବାଇ ପରେ ଏବେ ଆଡଭାନ୍ସ ଆଡ଼ଭାଇଜରି ଜାରି କରିବ ଓଡିଶା ପୋଲିସ । ଯଦି ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ଉକ୍ତ ସଫ୍ଟୱେର କୁ ଅନ ଇଂଷ୍ଟଲ କରିବା ସହ ସାଇବର ଥାନାରେ ଅଭିଯୋଗ କରିବାକୁ ସୂଚନା ଦେଇଛନ୍ତି ଥାନାଧିକାରୀ ।
Powered by Froala Editor