ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନସମ୍ପର୍କ ରଖି ମାଡ ଖାଇଲେ ଶିକ୍ଷକ

ଚନ୍ଦ୍ରଶେଖରପୁର : ଜଣେ ଛାତ୍ରଙ୍କ ସହ ଅପ୍ରାକୃତିକ ଯୌନ ସଂପର୍କ ରଖିବା ଅଭିଯୋଗରେ ଚନ୍ଦ୍ରଶେଖରପୁର ଥାନା ପୁଲିସ ନୀଳାଦ୍ରିବିହାର ବସ୍ତି ଅଞ୍ଚଳର ଜଣେ ଟୁ୍ୟସନ ଶିକ୍ଷକଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରୁଛି । ଏହାସହ ନିକଟସ୍ଥ ଏକ ହସ୍ପିଟାଲରେ ଉଭୟ ଛାତ୍ର ଓ ଶିକ୍ଷକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଇଛି । ଏହି ଘଟଣାକୁ କେନ୍ଦ୍ର କରି ବସ୍ତିରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇଛି । ତେଣୁ କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ବସ୍ତିରେ ଗୋଟିଏ ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି । ସୂଚନା ଅନୁଯାୟୀ, ଉକ୍ତ ବସ୍ତିରେ ଶିକ୍ଷକଜଣଙ୍କ ଭଡ଼ାରେ ରହି ଟୁ୍ୟସନ କରୁଥିଲେ । ପାଖାପାଖି ୧୦ଜଣ ଛାତ୍ରଛାତ୍ରୀ ତାଙ୍କ ଘରକୁ ଟୁ୍ୟସନ ପାଇଁ ଯାଉଥିଲେ । ଗତ ରାତିରେ ସବୁ ବିଦ୍ୟାର୍ଥୀ ଚାଲିଯିବା ପରେ ଜଣେ ୧୨ବର୍ଷୀୟ ଛାତ୍ରଙ୍କ ସହ ସେ ଜୋରଜବରଦସ୍ତି ସମ୍ପର୍କ ରଖିଥିଲେ । ଛାତ୍ରଜଣଙ୍କ କଷ୍ଟ ସହି ନପାରି ଉଲଗ୍ନ ଅବସ୍ଥାରେ ଘରକୁ ପଳାଇ ଆସିବା ସହ ମା’କୁ ସବୁ କଥା କହିଥିଲା । ଏଥିରେ ଉତ୍ତ୍ୟକ୍ତ ହୋଇ ପରିବାରଲୋକ ଶିକ୍ଷକଙ୍କ ଘରକୁ ଯାଇ ତାଙ୍କୁ ମାଡ଼ ମାରିବା ସହ ଚନ୍ଦ୍ରଶେଖରପୁର ପୁଲିସକୁ ସୂଚନା ଦେଇଥିଲେ ।
Powered by Froala Editor