ବିଏମ୍ସି ଅଧିକାରୀ କହି ଚାନ୍ଦା ମାଗି ବନ୍ଧା ହେଲେ ଲେଡି ଡନ୍
ବାରଙ୍ଗ : ଗିରଫ ହେଲେ ଲେଡି ଡନ୍ । ନିଜକୁ ବିଏମ୍ସି ଅଧିକାରୀ କହି ଦୋକାନୀଙ୍କ ଠାରୁ ଚାନ୍ଦା ମାଗି ବନ୍ଧା ହେଲେ ମହିଳା । ଲେଡି ଡ଼ନ୍ ଅନୁ ମିଶ୍ରକୁ ରେଡ୍ ହ୍ୟାଣ୍ଡେଡ୍ ଧରିଲା ଚନ୍ଦ୍ରଶେଖରପୁର ଥାନା ପୁଲିସ୍। ଖବର ଅନୁଯାୟୀ, ଦୀର୍ଘବର୍ଷ ହେବ ନିଜକୁ ବିଏମସି ଅଧିକାରୀ ଦର୍ଶାଇ ରାଜଧାନୀର ବିଭିନ୍ନ ଅଞ୍ଚଳରୁ ଉଠା ଦୋକାନୀଙ୍କ ଠାରୁ ଭେଣ୍ଡିଂ ଜୋନ, ଟ୍ରେଡ ଲାଇସେନ୍ସ, ବ୍ୟବସାୟିକ ଲୋନ୍ ଓ ବି.ଏମ୍.ସି. ରେ ଜାଗା ଦେବାକୁ କହି ଚାନ୍ଦା ଆଦାୟ କରୁଥିବା ଅନୁ ମିଶ୍ର କୁ ଗିରଫ କରିଛି ଚନ୍ଦ୍ରଶେଖରପୁର ଥାନା ପୁଲିସ୍। ଅନୁ ମିଶ୍ର ଓ ତାଙ୍କର କିଛି ସହଯୋଗୀ ଜଣେ ଉଠା ଦୋକାନୀଙ୍କୁ ଚାନ୍ଦା ମାଗିବା ବେଳେ ଦୋକାନୀ ମନା କରିଥିଲେ ଓ ସେଠାରେ ଥିବା ସମାଜସେବୀ ଦିଲ୍ଲୀପ କୁମାର ସାହୁ ବିରୋଧ କରିଥିଲେ।
ଶେଷରେ ଏଥିରେ ଉତକ୍ଷିପ୍ତ ହୋଇ ଲେଡି ଡନ୍ ଏବଂ ତାଙ୍କ ସହଯୋଗୀ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଡରାଇବା ସହ ଦିଲ୍ଲୀପଙ୍କୁ ଆକ୍ରମଣ କରିଥିଲେ। ଏହା ପରେ ସ୍ଥାନୀୟ ଲୋକେ ଅନୁ ମିଶ୍ର ଏବଂ ତାଙ୍କ ସହଯୋଗୀଙ୍କୁ ଅଟକ ରଖି ପୋଲିସକୁ ଖବର ଦେଇଥିଲେ। ଚନ୍ଦ୍ରଶେଖରପୁର ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ଲେଡି ଡନ୍ ଆଣିଥିବା କାର୍ ଓ ମାରଣାସ୍ତ୍ରକୁ ଜବତ କରିବା ସହ ତାଙ୍କ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।
Powered by Froala Editor