ବୃଦ୍ଧଙ୍କୁ କଚାଡି ମାରିଦେଲା ଦନ୍ତାହାତୀ
ହିନ୍ଦୋଳ : ଶନିବାର ସକାଳେ ହିନ୍ଦୋଳ ଉପଖଣ୍ଡ ଗଞ୍ଜରା ଗ୍ରାମର ବନମାଳୀ ନାୟକଙ୍କୁ ଏକ ଦନ୍ତାହାତୀ କଚାଡି ମାରିଦେଇଛି। ସୂଚନାନୁଯାୟୀ, ବନମାଳୀ ସକାଳେ ନିତ୍ୟକର୍ମ କରିବା ପାଇଁ ପଡିଆକୁ ଯାଇଥିବା ବେଳେ ଏକ ଜଙ୍ଗଲୀ ହାତୀ ଆସି ତାଙ୍କୁ କଚାଡ଼ି ଦେଇଥିଲା। ହାତୀର ଗର୍ଜନ ଶୁଣି ନିକଟରେ ଥିବା କିଛି ଗ୍ରାମବାସୀ ଧାଇଁ ଆସିବାରୁ ହାତୀଟି ଘଟଣାସ୍ଥଳରୁ ପଳେଇ ଯାଇଥିଲା । ତେବେ ଘଟଣା ସ୍ଥଳରେ ବନମାଳୀଙ୍କ ଜୀବନ ଚାଲିଯାଇଥିଲା। ଏହାକୁ କେନ୍ଦ୍ର କରି ସ୍ଥାନୀୟ ଅଞ୍ଚଳରେ ପ୍ରବଳ ଉତ୍ତେଜନା ଦେଖାଦେଇଛି। ହାତୀ ଦାଉରୁ ଲୋକଙ୍କୁ ରକ୍ଷା ଓ ମୃତକଙ୍କୁ କ୍ଷତିପୂରଣ ଦାବି ହୋଇଛି। ବନବିଭାଗ ଅଧିକାରୀ ଓ କର୍ମଚାରୀ ଘଟଣା ସ୍ଥଳରେ ପହଁଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।
Powered by Froala Editor