୮ ସୁଦ୍ଧା ପ୍ରକାଶିତ ହେବ ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ
ଭୁବନେଶ୍ୱର : ଜୁନ୍ ୮ ସୁଦ୍ଧା ଯୁକ୍ତ ୨ କଳା ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶିତ ହେବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ଛାତ୍ରଛାତ୍ରୀ www.orissaresults.nic.in ରେ ନିଜ ପରୀକ୍ଷା ଫଳ ଦେଖିପାରିବେ । ସାମ୍ସ ଇ-ସ୍ପେସ୍ରେ ସମସ୍ତ ସୂଚନା ମିଳିପାରିବ।
ଆସନ୍ତା ବର୍ଷରୁ ଯୁକ୍ତ ୨ କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ପରୀକ୍ଷା ଫଳ ଏକାଠି ପ୍ରକାଶିତ ହେବ । ଏନେଇ ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ । ଫଳରେ କଳା, ବାଣିଜ୍ୟ ଓ ବିଜ୍ଞାନ ବିଭାଗ ପିଲାମାନେ ଏକାଠି ରେଜଲ୍ଟ ଦେଖିପାରିବେ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଯୋଜନା କରାଯାଇଛି । ଚଳିତ ବର୍ଷ ପ୍ରଥମେ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ରେଜଲ୍ଟ ପ୍ରକାଶ ପାଇଛି । ରେଜଲ୍ଟ ବାହାରିବା ପରେ କଳା ବିଭାଗରେ ପରୀକ୍ଷା ଦେଇଥିବା ଯୁକ୍ତ ୨ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରେଜଲ୍ଟ ପାଇବା ନେଇ ଉତ୍କଣ୍ଠା ଦେଖିବାକୁ ମିଳିଛି । ତେଣୁ ଯୁକ୍ତ ୨ ସମସ୍ତ ବିଭାଗର ରେଜଲ୍ଟକୁ ଆସନ୍ତା ବର୍ଷରୁ ଏକକାଳୀନ ପ୍ରକାଶିତ କରିବାକୁ ପରିଷଦ ନିଷ୍ପତ୍ତି ନେଇଛି ।
Powered by Froala Editor