Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Sunday, April 26, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

  • ଆପରୁ ଇସ୍ତଫା ପରେ ରାଘବଙ୍କୁ ୧୦ ଲକ୍ଷ ଲୋକେ ...

  • ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ...

  • ଅଶୋକ କୁମାର ଲାହିରୀ ନୀତି ଆୟୋଗ ...

  • ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ...

  • ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ...

  • ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ...

  • ରାଘବଙ୍କ ଠାରୁ ଧନୀ ପରିଣୀତି

  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ...

  • ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ...

ରାଜ୍ୟ
Home ›› ରାଜ୍ୟ ››୧୨ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ କରଞ୍ଜିଆ ତହସିଲଦାର

୧୨ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ କରଞ୍ଜିଆ ତହସିଲଦାର

2023-05-30 05:40:39
13978
Share:
Facebook
Twitter
E-Mail
WhatsApp
Telegram
୧୨ ଲକ୍ଷ ଲାଞ୍ଚ ନେଇ ବନ୍ଧା ହେଲେ କରଞ୍ଜିଆ ତହସିଲଦାର

ବାରିପଦା: ଲାଞ୍ଚ ନେବା ଅଭିଯୋଗରେ କରଞ୍ଜିଆ ତହସିଲଦାର ଚାର୍ଲସ ନାୟକଙ୍କୁ ଭିଜିଲାନ୍ସ ଗିରଫ କରିଥିବା ଜଣାଯାଇଛି। ସୂଚନା ଅନୁଯାୟୀ, କରଞ୍ଜିଆ ତହସିଲ ଅଧୀନ ଚଢ଼େଇଭୋଳ ନିକଟ ୪୯ ନମ୍ବର ଜାତୀୟ ରାଜପଥ ସଂପ୍ରସାରଣ ବେଳେ ଜମି ହରାଇଥିବା ପ୍ରକାଶ ଚନ୍ଦ୍ର ପଟ୍ଟୱାରୀ ନାମକ ବ୍ୟକ୍ତି କ୍ଷତିପୂରଣ ବାବଦରେ ୫୧ ଲକ୍ଷ ୭୫ ହଜାର ଟଙ୍କା ପାଇବାକୁ ହକ୍‌ଦାର ଥିଲେ। ଜାତୀୟ ରାଜପଥ ପ୍ରାଧିକରଣ କର୍ତ୍ତୃପକ୍ଷ (ଏନ୍‌ଏଚ୍‌ଏଆଇ) ଏହି କ୍ଷତିପୂରଣ ରାଶି ମଞ୍ଜୁର କରିଥିବା ବେଳେ କରଞ୍ଜିଆ ତହସିଲ ମାଧ୍ୟମରେ ଏହି ଅର୍ଥରାଶି ପ୍ରଦାନ ପାଇଁ ନିର୍ଦ୍ଦେଶ ଥିଲା। ତେବେ, କ୍ଷତିପୂରଣ ରାଶିରୁ ତହସିଲଦାର ଶ୍ରୀ ନାୟକ କୁଆଡ଼େ ୧୨ ଲକ୍ଷ ଟଙ୍କା ଭାଗ ମାଗିଥିଲେ। ଧରପଗଡ଼ରୁ ବର୍ତ୍ତିବା ପାଇଁ ବ୍ଲାଙ୍କ୍‌ ଚେକ୍‌ ମାଧ୍ୟମରେ ସେ ଏହି ଲାଞ୍ଚ ଦାବି କରିଥିଲେ। ଅନ୍ୟ ଉପାୟ ନପାଇ ଜମି ହରାଇଥିବା ବ୍ୟକ୍ତି ପ୍ରଥମେ ୨ ଲକ୍ଷ ଓ ପରେ ୧୦ ଲକ୍ଷ ଟଙ୍କାର ଦୁଇଟି ଚେକ୍‌ ଦେଇଥିଲେ। ତେବେ ଏ ସଂକ୍ରାନ୍ତରେ ସେ ପରବର୍ତ୍ତୀ ସମୟରେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ।

ଏ ନେଇ ଭିଜିଲାନ୍ସ କେସ୍‌ ନଂ ୫/୨୩ରେ ମାମଲା ରୁଜୁ କରିବା ସହ ବାରିପଦା ଭିଜିଲାନ୍ସ ସ୍ବତନ୍ତ୍ର ଅଦାଲତରେ ସର୍ଚ୍ଚ ୱାରେଣ୍ଟ ପାଇଁ ଆବେଦନ କରିଥିଲା। କୋର୍ଟଙ୍କଠାରୁ ଅନୁମତି ମିଳିବାପରେ ଆଜି ମୟୂରଭଞ୍ଜ, କଟକ ଓ ଭୁବନେଶ୍ୱର ଭିଜିଲାନ୍ସର ୪ଟି ଟିମ୍‌ କରଞ୍ଜିଆ ତହସିଲ କାର୍ଯ୍ୟାଳୟ, ତହସିଲଦାରଙ୍କ ସରକାରୀ ବାସଭବନ, ଭଦ୍ରକ ଜିଲ୍ଲା ହସ୍ପିଟାଲ ନିକଟସ୍ଥ ପୈତୃକ ଘର ଓ କରଞ୍ଜିଆ ଚଢ଼େଇଭୋଳଠାରେ ଥିବା ଏକ ଘରେ ଚଢ଼ଉ କରିଥିଲେ। ଜଣେ ଅତିରିକ୍ତ ଏସ୍‌ପି, ୭ ଜଣ ଡିଏସ୍‌ପି, ୩ ଜଣ ଇନ୍ସପେକ୍ଟରଙ୍କ ସମେତ ଭିଜିଲାନ୍ସର ଏକାଧିକ ଅଧିକାରୀ ଓ କର୍ମଚାରୀ ଏହି ଚଢ଼ଉରେ ସାମିଲ ହୋଇଥିଲେ। ସୋମବାର ସକାଳ ସାଢ଼େ ୭ଟାରୁ ରାତି ଯାଏ ଚଢ଼ଉ ଜାରି ରହିଥିବା ଜଣାପଡ଼ିଛି।
ଭିଜିଲାନ୍ସର ସୂଚନା ମୁତାବକ, ଉକ୍ତ ଚେକ୍‌ ଦୁଇଟିକୁ ବ୍ୟାଙ୍କରେ ଜମା କରିବା ପାଇଁ ତହସିଲଦାର ଶ୍ରୀ ନାୟକ ନିଜ ସହଯୋଗୀ ତଥା ସ୍ଥାନୀୟ ଅଞ୍ଚଳର ଜଣେ ଠିକାଦାର ଅଥର୍‌ ଅଲ୍ଲୀଙ୍କୁ ଦେଇଥିଲେ। ଅଥର୍‌ ମଧ୍ୟ ଚେକ୍‌କୁ ବ୍ୟାଙ୍କରେ ଜମା କରିଥିଲେ। ଏବେ ଅଥର୍‌ ଫେରାର୍‌ ଥିବାବେଳେ ଭିଜିଲାନ୍ସ ପକ୍ଷରୁ ତହସିଲଦାର ଶ୍ରୀ ନାୟକଙ୍କ ବିଭିନ୍ନ ବ୍ୟାଙ୍କରେ ଥିବା ଖାତା ଯାଞ୍ଚ କରିଛି। ପ୍ରକାଶଥାଉକି, ଚାଲର୍ସ ନା‌ୟକଙ୍କ ନିଜ ଘର ଭଦ୍ରକ ଜିଲ୍ଲାରେ। ପୂର୍ବରୁ ସେ ଭଦ୍ରକ ଜିଲ୍ଲାର ଧାମନଗର ତହସିଲଦାର ଓ ବାଲେଶ୍ବର ଜିଲ୍ଲାର ରେମୁଣା ତହସିଲଦାର ଭାବେ କାର୍ଯ୍ୟ କରିଥିଲେ।

Powered by Froala Editor

Tags Arrested

Related articles Odisha News Lens 4.1

  • ଅଶୋକ କୁମାର ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ
    ଦେଶ-ଦେଶାନ୍ତର

    ଅଶୋକ କୁମାର ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ

    14473
    Apr 25, 2026
  • ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ନିଯୁକ୍ତ
    ଦେଶ-ଦେଶାନ୍ତର

    ଅଶୋକ ଲାହିରୀ ନୀତି ଆୟୋଗ ନୂଆ ଉପାଧ୍ୟକ୍ଷ ନିଯୁକ୍ତ

    15167
    Apr 25, 2026
  • ରାଘବଙ୍କ ଠାରୁ ଧନୀ ପରିଣୀତି
    ମନୋରଞ୍ଜନ

    ରାଘବଙ୍କ ଠାରୁ ଧନୀ ପରିଣୀତି

    14124
    Apr 25, 2026
  • ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ମୌସୁମୀ !
    ଦେଶ-ଦେଶାନ୍ତର

    ମେ’ ଶେଷ ସପ୍ତାହ ଆଡ଼କୁ ପହଞ୍ଚିପାରେ ମୌସୁମୀ !

    14676
    Apr 25, 2026
  • ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ଭବିଷ୍ୟତ ସ୍ଥିର କରିସାରିଛନ୍ତି: ଅମିତ ଶାହ
    ଦେଶ-ଦେଶାନ୍ତର

    ପ୍ରଥମ ପର୍ଯ୍ୟାୟରେ ଲୋକମାନେ ରାଜ୍ୟର ଭବିଷ୍ୟତ ସ୍ଥିର କରିସାରିଛନ୍ତି: ଅମିତ ଶାହ

    15798
    Apr 24, 2026
  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ
    ଦେଶ-ଦେଶାନ୍ତର

    ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ

    14270
    Apr 24, 2026
  •  ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା
    ଦେଶ-ଦେଶାନ୍ତର

    ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା

    13769
    Apr 25, 2026
  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ
    ବିଶେଷ

    ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    13985
    Apr 25, 2026
  • ଆପରୁ ଇସ୍ତଫା ପରେ ରାଘବଙ୍କୁ ୧୦ ଲକ୍ଷ ଲୋକେ କଲେ ଅନଫଲୋ
    ଦେଶ-ଦେଶାନ୍ତର

    ଆପରୁ ଇସ୍ତଫା ପରେ ରାଘବଙ୍କୁ ୧୦ ଲକ୍ଷ ଲୋକେ କଲେ ଅନଫଲୋ

    15167
    Apr 25, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ବିଶେଷ

    ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    13985
    Apr 25, 2026
  • ମନୋରଞ୍ଜନ

    ରାଘବଙ୍କ ଠାରୁ ଧନୀ ପରିଣୀତି

    14124
    Apr 25, 2026
  • ଦେଶ-ଦେଶାନ୍ତର

    ହୁ ହୁ ବଢ଼ିଯିବ ସାବୁନ, ସାମ୍ପୁ ଦାମ୍ ବଢ଼ିଯିବ !

    15429
    Apr 25, 2026

Advertisement

ସଂସ୍କୃତି

ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

ଭୁବନେଶ୍ୱର: ରାଜଧାନୀର ଭଞ୍ଜକଳା ମଣ୍ଡପଠାରେ ଡିଜିଟାଲ ଗଣମାଧ୍ୟମ ଜଗତରେ ସ୍ୱତନ୍ତ୍ର ପରିଚିତି ହାସଲ କରିଥିବା ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର ପାଳିତ ହୋଇଛି। କ୍ରୀଡ଼ା, ଯୁବ ବ୍ୟାପାର, ଭାଷା ଓ ସଂସ୍କୃତି ଏବଂ ଉଚ୍ଚ ...

  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    17435
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17488
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    17846
    Sep 06, 2023
  • ୮୫ ତମ ଉତ୍କଳ ଦିବସ

    16316
    Apr 03, 2021

ବିଶେଷ

  • ଶୋଇବା ପୂର୍ବରୁ ସେବନ କରନ୍ତୁ ଅଳେଇଚ

    13985
    Apr 25, 2026
  • ଶଜନା ଶାଗରେ ଭରି ରହିଛି ବହୁ ଔଷଧୀୟ ଗୁଣ

    14152
    Apr 24, 2026
  • କମ ଶୋଇଲେ ଭୋଗିବେ ଏହିସବୁ ଅସୁବିଧା

    13805
    Apr 23, 2026
  • ଉଷୁମ କ୍ଷୀରରେ ମିଶ୍ରି ମିଶାଇ ପିଅନ୍ତୁ, ମିଳିବ ଲାଭ

    14585
    Apr 21, 2026
  • ଏସବୁ ଖାଦ୍ୟ ହାର୍ଟ ପାଇଁ ସାଜିଥାଏ କାଳ

    13944
    Apr 20, 2026

ବାଣିଜ୍ୟ

ଉଛୁଳିଛି ସେୟାର ବଜାର, ସୁନା ଦର ବୃଦ୍ଧି

ଆମେରିକା ସେନା ଇରାନ ଛାଡ଼ିବା ନେଇ ଟ୍ରମ୍ପଙ୍କ ଘୋଷଣା ପରେ ଉଛୁଳିଛି ସେୟାର ବଜାର ।  ବଜାର ଖୋଲିବାରୁ ସେନ୍‌ସେକ୍ସ ୧,୬୦୦ ପଏଣ୍ଟ୍ ବୃଦ୍ଧି ପାଇଥିଲା ପରେ ଏହା ୧୮୦୦ ପଏଣ୍ଟ ବୃଦ୍ଧି ପାଇଛି । ସେହିପରି ନିଫ୍ଟି ୫୦୦ ପଏଣ୍ଟ୍ ଉପରକୁ ଉଠିଛି । ନିଫ୍ଟି ୨୨ ହଜାର ୮୦୦ ପଏଣ୍ଟ ଉପରେ ରହିଥିବା ବେଳେ ସେନସେକ୍ସ ୭ ...

  • ସୁନା୬,୭୦୦ ଟଙ୍କା କମିଲା

    15354
    Mar 23, 2026
  • ପ୍ରିମିୟମ୍ ପେଟ୍ରୋଲ ୨ଟଙ୍କା ବଢ଼ିଲା

    15087
    Mar 22, 2026
  • ସୁନାରେ ବଡ଼ ହ୍ରାସ, ମଧ୍ୟବିତ୍ତଙ୍କ ପାଇଁ ଖୁସି

    15586
    Mar 22, 2026
  • ୨୭୮୦ ଟଙ୍କା ଶସ୍ତା ହେଲା ସୁନା

    13886
    Mar 20, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ବାଘ ମୁହଁରୁ ଝିଅକୁ ବଞ୍ଚାଇବା ପାଇଁ ଜୀବନକୁ ବାଜି ଲଗାଇଲେ ବାପା

    13769
    Apr 25, 2026
  • ହୁଗୁଳୀ ନଦୀରେ ଡଙ୍ଗା ଯାତ୍ରା କଲେ ପ୍ରଧାନମନ୍ତ୍ରୀ

    14270
    Apr 24, 2026
  • ଅଶୋକ କୁମାର ଲାହିରୀ ନୀତି ଆୟୋଗ ଉପାଧ୍ୟକ୍ଷ ଭାବେ ନିଯୁକ୍ତ

    14473
    Apr 25, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In