ଅଭାବନୀୟ ଘଟଣା: କୁଆଖାଇ ନଦୀରେ ବୁଡ଼ି ଦୁଇ ଛାତ୍ର ମୃତ

ଭୁବନେଶ୍ୱର: କୁଆଖାଇ ନଦୀରେ ଏକ ଅଭାବନୀୟ ଘଟଣା ଘଟିଛି । ଦୁଇ ଜଣ ଇଂଜିନିୟରିଂ ଛାତ୍ର ବୁଡ଼ି ଯିବା ଫଳରେ ମୃତ୍ୟୁ ହୋଇଛି। ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତା ଇନ୍ଦ୍ରପାଲରେ ଏହି ଅଘଟଣ ଘଟିଛି। ମୃତକ ଦ୍ୱୟ ହେଲେ ତମାଣ୍ଡୋର ସ୍ମୃତିସୌରଭ ପ୍ରଧାନ ଓ ରେଙ୍ଗାଲିର ସତ୍ୟଜିତ ଦାସ। ଖବର ପାଇ ତୁରନ୍ତ ଅଗ୍ନିଶମ ବାହିନୀ ଘଟଣା ସ୍ଥଳକୁ ଯାଇ ଦୁଇ ଛାତ୍ରଙ୍କୁ ଉଦ୍ଧାର କରି ହସ୍ପିଟାଲ ପଠାଇଥିଲେ । ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
Powered by Froala Editor