କଂଗ୍ରେସର ଏହି ଦୁଇ ନେତାଙ୍କୁ କାରଣ ଦର୍ଶାଅ ନୋଟିସ

ଭୁବନେଶ୍ୱର : ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜିବୀ ବିଶ୍ୱାଳ ଓ ବାରବାଟୀ-କଟକ ବିଧାୟକ ବିଧାୟକ ଇଂ ମହମ୍ମଦ ମୁକିମଙ୍କୁ ଆଲୋଚନା ଚକ୍ର ମହଙ୍ଗା ପଡ଼ିଛି । ଏହାକୁ ନେଇ ପୂର୍ବରୁ ଦଳ ପକ୍ଷରୁ ସେମାନଙ୍କୁ ତୀବ୍ର ସମାଲୋଚନା କରାଯାଇଥିଲା । ଆଉ ଏବେ ସେମାନଙ୍କୁ ଏଆଇସିସି ପକ୍ଷରୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ଏଆଇସିସି ସାଧାରଣ ସମ୍ପାଦକ ତାରିକ ଅନୱାର ଉଭୟ ନେତାଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହ ଜବାବ ତଲବ କରିଛନ୍ତି ।
ଗତ ମେ’ ୮ରେ ଜୟଦେବ ଭବନରେ ବାରବାଟୀ-କଟକ ବିଧାୟକ ଇଂ ମହମ୍ମଦଏକ ଆଲୋଚନା ଚକ୍ର ଆୟୋଜନ କରିଥିଲେ । ଯାହାର ଶୀର୍ଷକ ଥିଲା ଜାନକୀବାବୁ ଓ ବସନ୍ତବାବୁଙ୍କ ଯୋଡ଼ି : ଓଡ଼ିଶା ରାଜନୀତିର ସୁବର୍ଣ୍ଣ ଯୁଗ । ଏହି ଆଲୋଚନା ଚକ୍ର କାଳରେ ଚିରଞ୍ଜିବୀ ଓ ମୁକିମ ରାଜ୍ୟ କଂଗ୍ରେସକୁ ନେଇ ପ୍ରତିକୂଳ ମନ୍ତବ୍ୟ ଦେବା ସହ ନେତୃତ୍ୱ ପ୍ରତି ପରୋକ୍ଷରେ ଅଙ୍ଗୁଳି ନିଦେ୍ର୍ଧଶ କରିଥିଲେ । ଚିରଞ୍ଜିବୀ କହିଥିଲେଯେ, ଦଳରେ ୯ ବିଧାୟକ ହେଲେ ୨୦ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ । ଦଳର ସ୍ଥିତି ଏମିତିଯେ, ୧୪୭ ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ମିଳିବେ କି ନାହିଁ ସନେ୍ଦହ । କଂଗ୍ରେସ ହାରିବ ବୋଲି ମାନସିକସ୍ତରରେ ପ୍ରସ୍ତୁତ ବୋଲି ସେ କହିଥିଲେ । ଝାରସୁଗୁଡ଼ା ଉପନିର୍ବାଚନ ସମୟରେ ଏଭଳି ଆଲୋଚନା ଚକ୍ରକୁ ଦଳର ଅନେକ ନେତା ନାପସନ୍ଦ କରିଥିଲେ । କଟକ ନଗର କଂଗ୍ରେସ ସଭାପତି ସୁରେଶ ମହାପାତ୍ର ଓ ଝାରସୁଗୁଡ଼ା କଂଗ୍ରେସ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ କରାଯାଇ ଚିରଞ୍ଜିବୀ ଓ ମୁକିମଙ୍କୁ ଟାର୍ଗେଟ କରାଯାଇଥିଲା । ନିର୍ବାଚନ ସମୟରେ ଏଭଳି କରିବା ଦ୍ୱାରା ଦଳର ଭୋଟ ପ୍ରଭାବିତ ହୋଇଛି ବୋଲି ଅଭିଯୋଗ ହୋଇଥିଲା । ଏନେଇ ଏଆଇସିସିକୁ ଅବଗତ କରାଯିବା ପରେ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଛି । ସୂଚନାଯୋଗ୍ୟ, ଚିରଞ୍ଜିବୀ ଓ ମୁକିମ ଅନେକ ଦିନ ଧରି କଂଗ୍ରେସରେ ସକ୍ରିୟ ନାହାନ୍ତି । ସେମାନେ ନିଜସ୍ୱ ସଂଗଠନ କରୁଥିବାବେଳେ ରାଜ୍ୟ ନେତୃତ୍ୱ ସହ ସମ୍ପର୍କରେ ନଥିବା କଂଗ୍ରେସ ଅଳିନ୍ଦରେ ଚର୍ଚ୍ଚା ହେଉଛି ।
Powered by Froala Editor