ବଜ୍ରକାପ୍ତା କାତି ସହ ୪ଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ, ଦୁଇ ଶିକାରୀ ଗିରଫ
ଉଦଳା : କିଛି ଦିନ ପୂର୍ବେ ବଜ୍ରକାପ୍ତା ଖୋଳପା ବିକ୍ରି ନିମନ୍ତେ ଡ଼ିଲ୍ ଚାଲିଥିବା ବେଳେ କପ୍ତିପଦା ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିଥିଲା । ଗୁରୁବାର ପୁଣି ବନ ବିଭାଗ ଚଢ଼ାଉ କରି ବଜ୍ରକାପ୍ତା କାତି ସହିତ ୪ଟି ଗୁଳି ଭର୍ତ୍ତି ଦେଶୀ ବନ୍ଧୁକ ଜବତ କରିଛି । ଏହାସହ ୨ ଜଣ ଶିକାରୀଙ୍କୁ ଗିରଫ କରିଛି ।
ବନ ବିଭାଗ ଗୁରୁବାର କପ୍ତିପଦା ରେଞ୍ଜ ବଡ଼ଖମଣ ଅଞ୍ଚଳରେ ଚଢ଼ାଉ କରିଥିବା ବେଳେ ୨ ଜଣଙ୍କ ଘରୁ ୪ଟି ଦେଶୀ ବନ୍ଧୁକ, ୭ କିଲୋ ବଜ୍ରକାପ୍ତା କାତି, ଜଙ୍ଗଲୀ ମାଂସ, ଫାଶ, ବନ୍ୟଜନ୍ତୁର ଲାଞ୍ଜ ଜବତ କରିଛି । ଗିରଫ ଶିକାରୀ ହେଲେ ମଙ୍ଗଲ ସିଂ ଏବଂ ଗାନସା ହୋ । ଗିରଫ ଶିକାରୀଙ୍କୁ ବନ ବିଭାଗ କାର୍ୟ୍ୟାଳୟରେ ଅଧିକ ପଚରାଉଚରା ଜାରି ରଖିଛି ।
Powered by Froala Editor