ରାଜଧାନୀରେ ପୁଣି ରକ୍ତର ଛିଟା: ଖଣ୍ଡାରେ ହାଣି ଯୁବକଙ୍କୁ ହତ୍ୟା
ଭୁବନେଶ୍ବର : ରାଜଧାନୀରେ ପୁଣି ରକ୍ତର ଛିଟା । ଖଣ୍ଡାରେ ହାଣି ଜଣେ ଯୁବକଙ୍କୁ ହତ୍ୟା । ଭୁବନେଶ୍ୱର ଏକ ନମ୍ବର ହାଟ ନିକଟରେ ଥିବା ଏସ୍ବିଆଇ ଏଟିଏମ୍ ଆଗରେ ଏହି ହତ୍ୟାକାଣ୍ଡ ଘଟିଛି । କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
ବୁଧବାର ଭୋର ସମୟରେ ସୁଶାନ୍ତ ନାୟକ ନାମକ ଜଣେ ଯୁବକଙ୍କୁ ଖଣ୍ଡାରେ ହାଣିଛନ୍ତି ଦୁର୍ବୃତ୍ତ । ସୁଶାନ୍ତ ବାଇକ୍ରେ ଆସୁଥିବା ସମୟରେ ପଛପଟୁ ଆସିବ ଦୁର୍ବୃତ୍ତମାନେ ଆକ୍ରମଣ କରିଥିଲେ । ଯାହାଫଳରେ ସୁଶାନ୍ତଙ୍କ ମୃତ୍ୟୁ ହୋଇଯାଇଥିଲା । ଏଟିଏମ୍ ନିକଟରେ ସୁଶାନ୍ତଙ୍କ ମୃତଦେହ ପଡିଛି । ଏହାସହିତ ପାଖରେ ଏକ ହେଲ୍ମେଟ୍ ମଧ୍ୟ ପଡିରହିଛି ।
ସେପଟେ ହତ୍ୟାକାଣ୍ଡ ସଂପର୍କରେ ସୂଚନା ପାଇ କ୍ୟାପିଟାଲ ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।
Powered by Froala Editor