ସ୍କୁଲରେ ଅଘଟଣ : ଶିକ୍ଷକଙ୍କ ବାର୍ଥ ଡେ’ ପାର୍ଟିରେ ବେହୋସ ହେଲେ ୨୨ ଛାତ୍ରୀ
ଗତ ବୁଧବାର ଦକ୍ଷିଣ ଦିଲ୍ଲୀର ଏକ ସରକାରୀ ଗାଲର୍ସ ସ୍କୁଲରେ ଜଣେ ଶିକ୍ଷକଙ୍କ ବାର୍ଥ ଡେ’ ପାର୍ଟି ଆୟୋଜନ କରାଯାଇଥିଲା। ନାଚ ଗୀତରେ ଫାଟି ପଡ଼ୁଥିଲା ପରିବେଶ। ହେଲେ ହଠାତ୍ ଜଣକ ପରେ ଜଣେ ୨୨ ଛାତ୍ରୀ ବେହୋସ ହୋଇ ପଡ଼ିଲେ। ତୁରନ୍ତ ସେମାନଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।
ସ୍କୁଲ ପ୍ରଶାସନ ପକ୍ଷରୁ ତୁରନ୍ତ ସମସ୍ତ ଅସୁସ୍ଥ ଛାତ୍ରୀଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସା ପରେ ସେମାନେ ଧୀରେଧୀରେ ସୁସ୍ଥ ହେଉଥିବା ଡାକ୍ତରଙ୍କ ସୂତ୍ରରୁ ପ୍ରକାଶ। ଅସୁସ୍ଥ ହୋଇ ପଡ଼ିଥିବା ପିଲାମାନେ ଷଷ୍ଠରୁ ନବମ ଶ୍ରେଣୀର ଛାତ୍ରୀ ବୋଲି ଜଣାପଡ଼ିଛି। ପିଲାମାନଙ୍କ ଏଭଳି ଅବସ୍ଥା ଦେଖି ଅଭିଭାବକମାନେ ବ୍ୟସ୍ତବିବ୍ରତ ହୋଇଡ଼ିଛନ୍ତି।।
ଛାତ୍ରୀଙ୍କ ବେହୋସ ହେବାର କାରଣ ଜଣା ପଡ଼ି ନ ଥିବା ବେଳେ ଗୋଳମରିଚ ସ୍ପ୍ରେ ହେବା କାରଣରୁ ଏପରି ଅଘଟଣ ଘଟିଥିବା ଅନୁମାନ କରାଯାଉଛି। ତେବେ କିଏ ଏହି ସ୍ପ୍ରେ କଲା ତାହା ଜଣାପଡ଼ିନି।
Powered by Froala Editor