କାହିଁକି ନେଲେ ଚରମ ନିଷ୍ପତ୍ତି, ଚାପରେ ଥିଲେ କି ମୁସ୍କାନ!

ବହୁତ ସ୍ୱପ୍ନ ନେଇ ଆସିଥିଲେ ମୁମ୍ବାଇ । ଫ୍ୟାସନ ଡିଜାଇନର ଭାବେ ନିଜର ପରିଚୟ ସୃଷ୍ଟି କରିବେ । ହେଲେ ମାତ୍ର ୨୫ ବର୍ଷ ବୟସରେ ତାଙ୍କର ମୃତଦେହ ମିଳିଛି । ମୃତକ ହେଲେ ଉତ୍ତରପ୍ରଦେଶର ମୁରାଦାବାଦର ମୁସ୍କାନ ନାରଙ୍ଗ।
ମୁସ୍କାନ ମୁମ୍ବାଇରେ ରହୁଥିଲେ। ଗତ ହୋଲି ବେଳେ ସେ ଘରକୁ (ମୁରାଦାବାଦ) ଆସି ଆଉ ମୁମ୍ବାଇ ଫେରି ନଥିଲେ। ଗତକାଲି ସକାଳେ ସେ ବେଡରୁମ୍ କବାଟ ଖୋଲି ନଥିଲେ। ତେଣୁ ପରିବାର ଲୋକେ କବାଟ ଭାଙ୍ଗି ଦେଇଥିଲେ। ସେମାନେ ମୁସ୍କାନଙ୍କ ମୃତଦେହ ଝୁଲୁଥିବା ଦେଖିବାକୁ ପାଇଥିଲେ।
ମୃତ୍ୟୁ ପୂର୍ବରୁ ମୁସ୍କାନ ସୋଶାଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଥିଲେ। ଭିଡିଓରେ ମୁସ୍କାନ କହିଥିଲେ, ମୁଁ ସମସ୍ତଙ୍କୁ ବୁଝାଇବାକୁ ବହୁତ ଚେଷ୍ଟା କଲି। କିନ୍ତୁ ସମସ୍ତେ ମୋତେ ବୁଝାଇବାକୁ ଲାଗିଲେ। ମୋର ଆତ୍ମବିଶ୍ୱାସ ନାହିଁ ବୋଲି ଲୋକେ କହୁଛନ୍ତି । କିନ୍ତୁ ଆଜି ମୁଁ ଯାହା ବି କରୁଛି ତାହା ନିଜ ଇଚ୍ଛାରେ କରୁଛି। ଏଥିପାଇଁ କାହାକୁ ଦାୟୀ କରିବେ ନାହିଁ।
ମୁସ୍କାନଙ୍କ ଘରେ ତାଙ୍କ ବାପାମା’, ୩ ଭଉଣୀ ଓ ଜଣେ ଭାଇ ଅଛନ୍ତି। ପୁଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ମୁସ୍କାନ ମାନସିକ ଚାପରେ ଥାଇ ଏପରି ପଦକ୍ଷେପ ଉଠାଇଥିବା କହିଛି।
Powered by Froala Editor