ପତ୍ନୀଙ୍କୁ ଡରାଇବା ପାଇଁ ଆତ୍ମହତ୍ୟା ନାଟକ କରୁଥିଲେ, ସତରେ ଚାଲିଗଲା ଜୀବନ
ରବିବାର କନ୍ନଡ ଟେଲି ଅଭିନେତା ସମ୍ପତ ଜେ ରାମଙ୍କ ଦେହାନ୍ତ ହୋଇଛି ବୋଲି ଖବର ମିଳିଥିଲା । ଅଭିନେତାଙ୍କ ମୃତ୍ୟୁ ଖବର ଶୁଣିବା ପରେ କନ୍ନଡ ଇଣ୍ଡଷ୍ଟ୍ରିରେ ଶୋକର ଲହରୀ ଖେଳିଯାଇଛି। ଅଭିନେତାଙ୍କ ପତ୍ନୀ ଏବେ ୫ମାସର ଗର୍ଭବତୀ ଅଛନ୍ତି।
୩୫ବର୍ଷ ବୟସ୍କ ସମ୍ପତଙ୍କୁ କରୋନା ପରେ କାମ ମିଳୁନଥିବାରୁ ତାଙ୍କ କ୍ୟାରିୟର ବୁଡ଼ିବାକୁ ଲାଗିଥିଲା। ଏହି କାରଣରୁ ସେ ଚାପଗ୍ରସ୍ତ ହୋଇ ଆତ୍ମହତ୍ୟା କରିଛନ୍ତି ବୋଲି କୁହାଯାଉଥିଲା । ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା ଯେ, ସମ୍ପତ ଜେ ରାମ ଆତ୍ମହତ୍ୟା କରିଛନ୍ତି। ହେଲେ ଏବେ ଭିନ୍ନ ତଥ୍ୟ ମିଳିଛି । ତାଙ୍କର ବନ୍ଧୁ ରାଜେଶ ଧ୍ରୁବ ଆତ୍ମହତ୍ୟା ପଛର କାରଣ କହିଛନ୍ତି।
ସେ କହିଛନ୍ତି ଯେ, ସମ୍ପତ ପତ୍ନୀଙ୍କୁ ଡରାଇବା ପାଇଁ ଆତ୍ମହତ୍ୟା କରିବାର ନାଟକ କରୁଥିଲେ। ହେଲେ ଭୁଲବଶତଃ ସତରେ ତାଙ୍କର ମୃତ୍ୟୁ ହୋଇଥିଲା। ରାଜେଶ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜର ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି ଯେ, ରାତିରେ ତାଙ୍କ ପତ୍ନୀଙ୍କ ସହ ଯୁକ୍ତିତର୍କ ହୋଇଥିଲା। ଏହା ପରେ, ସେ କେବଳ ନିଜ ପତ୍ନୀଙ୍କୁ ଭୟଭୀତ କରିବା ପାଇଁ ଆତ୍ମହତ୍ୟା କରିବାର ନାଟକ କରୁଥିଲେ, କିନ୍ତୁ ଦୁର୍ଭାଗ୍ୟବଶତଃ ଏହି ସମୟରେ ସତରେ ତାଙ୍କ ଜୀବନ ଚାଲିଗଲା।
Powered by Froala Editor