ଗୋଟିଏ ଶାଢୀ ପାଇଁ ଧସ୍ତାଧସ୍ତି, ମରାମରି
ଗୋଟିଏ ଶାଢ଼ି ପାଇଁ ଚୁଟି ଝିଙ୍କାଝିଙ୍କି, ମରାମରି । ଗହଳି ଭିତରେ ଧସ୍ତାଧସ୍ତି । ବେଙ୍ଗାଲୁରର ଏପରି ଏକ ଅଭାବନୀୟ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାର ଲାଗିଛି ।
ମହୀଶୂର ରେଶମ ଶାଢ଼ିର ବାର୍ଷିକ ବିକ୍ରୟ ଉତ୍ସବରେ ଏପରି ଘଟଣା ଘଟିଥିବା ଦର୍ଶାଯାଇଛି । ଭିଡିଓରେ ଦୁଇଜଣ ମହିଳା ଖୁବ୍ ଜୋରରେ ଗଣ୍ଡଗୋଳ କରୁଛନ୍ତି । ଏମିତିକି ଜଣେ ମହିଳା ଅନ୍ୟ ଜଣେ ମହିଳାଙ୍କୁ ପ୍ରଥମେ ମାଡ଼ ମରିବା ପରେ ଘଟଣା ଉଗ୍ରରୂପ ଧାରଣ କରୁଛି । ଅନ୍ୟ ମହିଳା ଜଣକ ମଧ୍ୟ ମହିଳାଙ୍କୁ ପ୍ରବଳ ମାଡ଼ ମାରୁଛନ୍ତି । ପରେ ତାଙ୍କର ଚୁଟିକୁ ଝିଙ୍କିବା ସହ ତଳେ ଫିଙ୍ଗି ଦେବାକୁ ଉଦ୍ୟମ କରୁଛନ୍ତି । ଜଣେ ଟ୍ୱିଟର ୟୁଜର୍ସ ଏହି ଭିଡିଓଟିକୁ ସେୟାର କରିଛନ୍ତି ।
ଭିଡିଓଟିକୁ ବର୍ତ୍ତମାନ ସୁଦ୍ଧା ୨ଲକ୍ଷରୁ ଅଧିକ ଦର୍ଶକ ଦେଖିସାରିଥିବାବେଳେ ଅନେକ ୟୁଜର୍ସ ନିଜର ମତାମତ ଜଣାଇଛନ୍ତି । ବହୁ ଦର୍ଶକ ଘଟଣାଟିକୁ ଥଟ୍ଟା କରିଥିବା ଦେଖିବାକୁ ମିଳିଛି । ମହିଳାମାନେ ଶାଢ଼ୀ ପାଇଁ ଜୀବନ ଦେଇଦେବେ କିନ୍ତୁ ଯେଉଁ ଶାଢ଼ୀ ପସନ୍ଦ ହୋଇଛି ତାକୁ ନେଇକି ହିଁ ଥିବେ ବୋଲି ୟୁଜର୍ସ କହିଛନ୍ତି ।
Powered by Froala Editor