ଆଜିଠୁ ଟ୍ରିବ୍ୟୁନାଲଙ୍କ ଛତିଶଗଡ ଗସ୍ତ
ଭୁବନେଶ୍ୱର: ମହାନଦୀ ଜଳ ବିବାଦ । ଆଜିଠୁ ଟ୍ରିବ୍ୟୁନାଲଙ୍କ ଛତିଶଗଡ ଗସ୍ତ । ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଟିମ୍ କ୍ଷେତ୍ର ପରିଦର୍ଶନରେ ଆସୁଛନ୍ତି । ଟ୍ରିବ୍ୟୁନାଲ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଆସୁଥିବା ଏହି ଟିମରେ ବୈଷୟିକ ଟିମ୍ ସହିତ ଓଡ଼ିଶାର ୨୦ଜଣ ଅଧିକାରୀ ବି ସାମିଲ ହୋଇଛନ୍ତି । ପ୍ରଥମ ପର୍ୟ୍ୟାୟରେ ୨୨ ତାରିଖ ପର୍ୟ୍ୟନ୍ତ ହେବାକୁ ଥିବା ଏହି ସର୍ଭେ ମହାନଦୀର ଉତ୍ପତି ସ୍ଥଳ ମହାରାଷ୍ଟ୍ର ସୀମାନ୍ତରୁ ଆରମ୍ଭ ହେବ ।
କ୍ଷେତ୍ର ପରିଦର୍ଶନରେ ଆସୁଥିବା ଟ୍ରିବ୍ୟୁନାଲ ଟିମ୍ ମହାନଦୀର ଉତ୍ପତିସ୍ଥଳ ସିହାୱା ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି । ସେଠାରୁ ଅନୁଧ୍ୟାନ କରିବାସହ ଉଭୟ ମହାନଦୀ ଓ ଏହାର ବେସିନର ନିରୀକ୍ଷଣ କରିବେ । ଦ୍ୱିତୀୟ ପର୍ୟ୍ୟାୟରେ ଏହି ଟିମ୍ କଲାମା ପର୍ୟ୍ୟନ୍ତ ଅନୁଧ୍ୟାନ କରିବେ ବୋଲି ଜଣାପଡିଛିା ସେହିଭଳି ଏବେ ମହାନଦୀର ଉପରମୁଣ୍ଡ ଶୁଖିଲା ପଡିଥିବା ବେଳେ କଲମାରୁ ଆରମ୍ଭ କରି ସରହାଡିହି ଓ ବସନ୍ତପୁରରେ ପ୍ରଚୁର ପାଣି ରହିଛି । ତେବେ ଏହି ଟ୍ରିବ୍ୟୁନାଲ ଟିମ୍ ଗସ୍ତ ଉପଯୁକ୍ତ ସମୟରେ ହେଉଥିବା ବେଳେ ଏହାର ବାସ୍ତବ ଚିତ୍ର ସାମନାକୁ ଆସିବ ବୋଲି ଆଶା ରହିଛି ।
Powered by Froala Editor