ଆଜି ଜାପାନର ବଡ଼ ବଡ଼ ଉଦ୍ୟୋଗୀ ଓ ପୁଞ୍ଜିପତିଙ୍କୁ ଭେଟିବେ ନବୀନ

ଭୁବନେଶ୍ଵର: ଜାପାନର ଟୋକିଓରେ ବୁଧବାର ଓଡ଼ିଶା ବିଜନେସ୍ ମିଟ୍ ଆୟୋଜିତ ହେବ । ଏହି ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବୋଧିତ କରିବେ । ସମ୍ମିଳନୀ ପରିପ୍ରେକ୍ଷୀରେ ଜାପାନର ବଡ଼ ବଡ଼ ଉଦ୍ୟୋଗୀ ଓ ପୁଞ୍ଜିପତିଙ୍କୁ ସିଧାସଳଖ ଭେଟିବା ସହ ପୁଞ୍ଜିନିବେଶ ପାଇଁ ରାଜ୍ୟକୁ ଆମନ୍ତ୍ରଣ କରିବେ ।
ମଙ୍ଗଳବାର ଭୋର୍ ସମୟରେ ମୁଖ୍ୟମନ୍ତ୍ରୀ ଜାପାନର ଟୋକିଓରେ ପହଞ୍ଚିଥିଲେ । ଭାରତୀୟ ରାଷ୍ଟ୍ରଦୂତ ସିବି ଜର୍ଜ ଓ ଭାରତୀୟ ଦୂତାବାସର ଅଧିକାରୀମାନେ ତାଙ୍କୁ ସାକ୍ଷାତ କରି ସ୍ୱାଗତ କରିଥିଲେ । ବୁଧବାର ହେବାକୁ ଥିବା ବିଜନେସ୍ ମିଟ୍ରେ ପ୍ରାୟ ୨୦୦ ଶିଳ୍ପ ଉଦ୍ୟୋଗୀ, ଶିଳ୍ପ ପ୍ରତିନିଧି ଓ ପୁଞ୍ଜିନିବେଶକାରୀଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ । ପର୍ୟ୍ୟଟନ, ଷ୍ଟିଲ୍, ଆଲୁମିନିୟମ୍, ଟେକ୍ସଟାଇଲ୍, ଖାଦ୍ୟ ପ୍ରକ୍ରିୟାକରଣ, ଗ୍ରୀନ୍ ହାଇଡ୍ରୋଜେନ୍ ଓ ଗ୍ରୀନ୍ ଆମୋନିଆ କ୍ଷେତ୍ରରେ କାମ କରୁଥିବା ବଡ଼ ପୁଞ୍ଜିନିବେଶକାରୀ ଯୋଗ ଦେବେ । ଶିଳ୍ପ ପ୍ରତିଷ୍ଠା ପାଇଁ ଓଡ଼ିଶାରେ ଥିବା ଉତ୍ତମ ପରିବେଶ ଓ ବ୍ୟାପକ ସୁଯୋଗ ବିଷୟରେ ସେମାନଙ୍କୁ କହିବେ ମୁଖ୍ୟମନ୍ତ୍ରୀ ।ଖାଦ୍ୟ ପ୍ରକ୍ରିୟାକରଣ, କେମିକାଲ୍, ପ୍ଲାଷ୍ଟିକ, ପେଟ୍ରୋ କେମିକାଲ, ଟେକ୍ସଟାଇଲ୍, ପୋଷାକ ଓ ପର୍ୟ୍ୟଟନ କ୍ଷେତ୍ରରେ ଓଡ଼ିଶାରେ ଥିବା ଅପାର ସମ୍ଭାବନା ବିଷୟରେ ଆଲୋଚନା କରିବେ । ଏହି ମିଟ୍ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ସହ ପୁରୀରେ ଜିମ୍ନାଷ୍ଟିକ୍ସ ହାଇପରଫର୍ମାନ୍ସ ସେଣ୍ଟର(ଏଚ୍ପିସି) ପ୍ରତିଷ୍ଠା ଆର୍ସେଲର ମିତ୍ତଲ ଓ ନିପନ୍ ଷ୍ଟିଲ୍ ସହ ଏମ୍ଓୟୁ ହୋଇପାରେ । ଜାପାନରୁ ଅଭିଜ୍ଞ ପ୍ରଶିକ୍ଷକ ଓଡ଼ିଶା ଆସି ଜିମ୍ନାଷ୍ଟିକ୍ସ ପ୍ରଶିକ୍ଷଣ ଦେବେ । ସନ୍ଧ୍ୟାରେଜାପାନରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ଭେଟିବେ ନବୀନ । ସେମାନଙ୍କ ସହ ଭାବବିନିମୟ କରିବା ସହ ରାତ୍ରିଭୋଜନ କରିବେ ।
Powered by Froala Editor