ଅଜଣା ଜନ୍ତୁ ଆତଙ୍କ:ପୁଣି ୮ ମେଣ୍ଢାଙ୍କୁ ମାରିଲା

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡା ବ୍ଲକ ଯଦୁପୁର ପଞ୍ଚାୟତ କଳାଗଡ ଗ୍ରାମରେ ଅଜଣା ଜନ୍ତୁ ଆତଙ୍କ। ଗ୍ରାମର ମହନି ଦାସଙ୍କ ଗୁହାଳରେ ସୋମବାର ବିଳମ୍ବିତ ରାତ୍ରିରେ ଅଜଣା ଜନ୍ତୁ ପଶି ୮ଟି ମେଣ୍ଢାକୁ କାମୁଡି ମାରିବା ସହିତ ୮ଟି ମେଣ୍ଢା ଗୁରୁତର ଆହତ ହୋଇଛନ୍ତି।
ଗତ ୧ ତାରିଖ ଶନିବାର ବିଳମ୍ବିତ ରାତ୍ରିରେ ଅଜଣା ଜନ୍ତୁ ଗୁହାଳରେ ପଶି ୩୨ ମେଣ୍ଢାକୁ କାମୁଡି ମାରିଥିଲା। ଅନେକ ଗୁଡ଼ିଏ ମେଣ୍ଢା କ୍ଷତବିକ୍ଷତ ହୋଇଥିଲେ। ମୃତ ମେଣ୍ଢାଙ୍କ ତଣ୍ଟି ଓ ପେଟ କଣା ହେବା ସହିତ ସେମାନଙ୍କ ମୃତ୍ୟୁ ହୋଇଥିବା ଦେଖିବାକୁ ମିଳିଥିଲା। ପୂର୍ବରୁ ଘଟଣାସ୍ଥଳରେ ପଶୁ ଚିକିତ୍ସା ବିଭାଗ ଓ ବନବିଭାଗ ଅଧିକାରୀମାନେ ପହଞ୍ଚି ତଦନ୍ତ କରିଥଲେ। ହେଲେ ପୁଣି ଗତକାଲି ବିଳମ୍ବିତ ରାତିରେ ପରିବାର ଲୋକ ମେଣ୍ଢାମାନଙ୍କୁ ଜଗିବସଥିଲେ ମଧ୍ୟ ଚତୁରତାର ସହିତ ଅଜଣା ଜନ୍ତୁ ଗୁହାଳରେ ପଶି ୮ଟି ମେଣ୍ଢାକୁ ମାରିଥିବା ଦେଖିବାକୁ ମିଳିଛି। ଅଜଣା ଜନ୍ତୁ ଆକ୍ରମଣରେ କ୍ରମାଗତ ଭାବେ ମେଣ୍ଢାଙ୍କ ମୃତ୍ୟୁ ହେଉଥିବାରୁ ମେଣ୍ଢା ଚାଷୀଙ୍କ ମନରେ ଭୟ ସୃଷ୍ଟି ହୋଇଛି।
Powered by Froala Editor