ଆତ୍ମହତ୍ୟା ଉଦ୍ୟମ କଲା ସମର୍ଥ ହତ୍ୟା ଅଭିଯୁକ୍ତ

ଝାରସୁଗୁଡା: ସମର୍ଥ ଅଗ୍ରୱାଲ ଅପହରଣ ଓ ହତ୍ୟାକାଣ୍ଡ ମାମଲାର ମୁଖ୍ୟ ଅଭିଯୁକ୍ତ ଅମିତ ଶର୍ମାର ଆତ୍ମହତ୍ୟା ଉଦ୍ୟମ । ରିଜର୍ଭ ବାଟାଲିଅରେ ବାଥରୁମ ସାମ୍ନାରେ ଥିବା ଦର୍ପଣ ଭାଙ୍ଗି ହାତ କାଟିଛି ମୁଖ୍ୟ ଅଭିଯୁକ୍ତ । ବେକ କାଟିବାକୁ ଉଦ୍ୟମ ବେଳେ ଉଦ୍ଧାର କରିଛି ପୋଲିସ । ଆହତ ଅମିତକୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପ୍ରାଥମିକ ଚିକିତ୍ସା ପରେ କୋର୍ଟରେ ହାଜର କରାଯାଇଛି ।
ସୂଚନା ଥାଉକି, ସମର୍ଥ ଅଗ୍ରୱାଲ ହତ୍ୟା ମାମଲାର ଦୁଇ ଅଭିଯୁକ୍ତ ଅମିତ ଶର୍ମା ଓ ଦୀନେଶ ଅଗ୍ରୱାଲର ରିମାଣ୍ଡ ଅବଧି ଶେଷ ହେଉଛି । ଦୁଇ ଅଭିଯୁକ୍ତଙ୍କୁ ୩ ଦିନିଆ ରିମାଣ୍ଡରେ ନେବାପରେ ପୋଲିସ ସେମାନଙ୍କୁ ଜେରା କରିବା ସହ ଘଟଣାସ୍ଥଳକୁ ନେଇ ସିନ୍ ରିକ୍ରିଏସନ କରିସାରିଛି ।
ଅନ୍ୟପଟେ ଏହି ମାମଲାରେ ବୁର୍ଲା ଭିମସାରର ନିଶ୍ଚେତକ ବିଭାଗର ସ୍ଥାୟୀ ଆଟେଣ୍ଡେଣ୍ଟ ଗଣେଶ ନାୟକକୁ ମଧ୍ୟ ପୋଲିସ ଅଟକ ରଖି ପଚରା ଉଚୁରା କରୁଥିବାବେଳେ ଭିମସାର କର୍ତ୍ତୃପକ୍ଷ ତାକୁ ନିଲମ୍ବିତ କରିଛନ୍ତି ।
Powered by Froala Editor