ଆଜିଠୁ ୪ ଦିନ ଖରାର ପ୍ରକୋପ ଆରମ୍ଭ

ଭୁବନେଶ୍ୱର: ଆଜି ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଖରା ହୋଇଥିଲା । ସକାଳ ପ୍ରାୟ ୭ଟାରୁ ଖରାର ପ୍ରକୋପ ଆରମ୍ଭ ହୋଇ ଦିନ ୨ଟା ବେଳକୁ ସାମାନ୍ୟ ମେଘୁଆ ପାଗ ରାଜ୍ୟବାସୀଙ୍କୁ ଖରାରୁ ଆଶ୍ୱସ୍ତି କରିଥିଲା । ଅପରାହ୍ନ ଆଡ଼କୁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ସମେତ କୋରାପୁଟ, ନବରଙ୍ଗପୁର, ନୂଆପଡ଼ା, କନ୍ଧମାଳ, କଳାହାଣ୍ଡି ଓ ରାୟଗଡ଼ା ଆଦି ଜିଲ୍ଲାର କିଛି ଅଂଶରେ ହାଲୁକା ବର୍ଷା ହୋଇଯାଇଛି । ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପାଗ ଶୁଖିଲା ଓ ଖରାଟିଆ ରହିବ । ଆସନ୍ତା ଦୁଇ ଦିନରେ ରାଜ୍ୟରେ ତାପମାତ୍ରା ୨ରୁ ୪ ଡ଼ିଗ୍ରୀ ବଢ଼ିବ । ୭ ତାରିଖ ଦିନ ରାଜ୍ୟର ବିଭିନ୍ନ ସ୍ଥାନରେ ବିଶେଷକରି କୋରାପୁଟ, ମାଲକାନାଗିରି, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ଗଜପତି, ଗଞ୍ଜାମ, ନୟାଗଡ଼, ରାୟଗଡ଼ା, ବୌଦ୍ଧ, ଅନୁଗୁଳ ଓ ଡେ଼ଙ୍କାନାଳ ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହେବ । ଆସନ୍ତାକାଲି ରାଜଧାନୀ ଭୁବନେଶ୍ୱର ଓ ଏହାର ଆଖପାଖ ଅଞ୍ଚଳର ପାଗ ସମ୍ପୂର୍ଣ୍ଣ ଖରାଟିଆ ରହିବ । ଦିନର ସର୍ବୋଚ୍ଚ ତାପମାତ୍ର ୩୬ଡ଼ିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୩ ଡ଼ିଗ୍ରି ମଧ୍ୟରେ ରହିବ ।
Powered by Froala Editor