ରାଜ୍ୟବାସୀଙ୍କୁ ଦୋଳ ପୂର୍ଣ୍ଣିମା ଶୁଭେଚ୍ଛା ଜଣାଇଲେ ନବୀନ

ଭୁବନେଶ୍ବର: ଆଜି ପବିତ୍ର ଦୋଳ ପୂର୍ଣ୍ଣିମା ଓ ଆସନ୍ତାକାଲି ହୋଲି। ଏହି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି।
ଏଥିଲାଗି ମୁଖ୍ୟମନ୍ତ୍ରୀ ନିଜ ଟୁଇଟରରେ ଲେକଇଛନ୍ତି, ପବିତ୍ର ଦୋଳ ପୂର୍ଣ୍ଣିମା ଉପଲକ୍ଷେ ସମସ୍ତଙ୍କୁ ମୋର ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା। ପ୍ରଭୁ ଶ୍ରୀ ଦୋଳଗୋବିନ୍ଦଙ୍କ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ, ସମୃଦ୍ଧିରେ ପରିପୂର୍ଣ୍ଣ ହେଉ।
ଉଲ୍ଲେଖଯୋଗ୍ୟ, ଫାଲ୍ଗୁନ ମାସ ଶୁକ୍ଳ ପକ୍ଷ ଫଗୁ ଦଶମୀ ତିଥିରୁ ଓଡ଼ିଶାରେ ଆରମ୍ଭ ହୋଇଥାଏ ଦୋଳ ପର୍ବ। ଏହି ପର୍ବ ଅବସରରେ ପ୍ରଭୁ ଦୋଳଗୋବିନ୍ଦ ସୁସଜ୍ଜିତ ବିମାନରେ ଗାଁ ଗାଁ ପରିକ୍ରମା କରି ଦୁଆରେ ଦୁଆରେ ଭୋଗ ଖାଇଥାନ୍ତି। ରାଧାକୃଷ୍ଣଙ୍କ ଯୁଗଳ ପ୍ରତିମାଙ୍କ ସହ ଦୋଳଗୋବିନ୍ଦ, ମହାଦେବ ଶିବ ଓ ହନୁମାନଙ୍କୁ ମଧ୍ୟ ଲୋକେ ନିଜ ଦୁଆରେ ଭୋଗ ଲାଗି କରିଥାନ୍ତି। ଏହି ଅବସରରେ ଠାକୁରଙ୍କୁ ଅବିର ଲାଗି କରିବା ଓ ଗ୍ରାମବାସୀମାନେ ନିଜ ନିଜ ଭିତରେ ଅବିର ରଙ୍ଗ ବୋଳାବୋଳି ହୋଇ ହୋଲି ଖେଳିବା ଆରମ୍ଭ ହୋଇଗଲାଣି।
Powered by Froala Editor