ବୁଲୁଛି କଲରାପତରିଆ, ସତର୍କ ରହିବାକୁ କହିଲା ବନବିଭାଗ

ଆଠଗଡ ବଡମ୍ବାରେ ହାତୀ ଆତଙ୍କ ଥମୁନଥିବାବେଳେ ଏବେ ବାଘ ଭୟ ଲୋକଙ୍କୁ ଘାରିଛି । ଲୋକମାନେ ଦିନବେଳେ ବି ବାହାରକୁ ବାହାରିବା ପାଇଁ ଡରୁଛନ୍ତି । କାରଣ ବଡ଼ମ୍ବା ବନାଞ୍ଚଳରେ ଏକ କଲରାପତିଆ ବାଘ ବୁଲୁଥିବା ସ୍ଥାନୀୟ ଲୋକ ଦେଖିଛନ୍ତି। ବାଘଟି ବନାଞ୍ଚଳ ଅନ୍ତର୍ଗତ ତଥା ସହର ସନ୍ନିକଟ ଜଗା ବେହେରା ଥଳି ସଂରକ୍ଷିତ ଜଙ୍ଗଲରେ ଚଳପ୍ରଚଳ କରୁଥିବା ବନବିଭାଗ ଜାଣିବାକୁ ପାଇଛି। ସେହିଭଳି ସ୍ଥାନୀୟ ଖମାର ସାହି ଲୋକେ ଉକ୍ତ ବାଘକୁ ଦେଖିଥିବା ବନବିଭାଗକୁ ଜଣାଇଛନ୍ତି। ବାଘଟି ହିନ୍ଦୋଳ କିମ୍ବା କପିଳାସ ଜଙ୍ଗଲରୁ ଚାଲି ଆସିଥିବା ଅନୁମାନ କରାଯାଉଛି।
ସହର ସନ୍ନିକଟ ଡାହାଣଖଳି, ଜଗା ତୋଟା, ବାଲିଆ ତୋଟା ତଥା ଖମାରସାହି ଅଞ୍ଚଳରେ ବାଘଟି ଚଳପ୍ରଚଳ କରୁଥିବା ଆଶଂକା କରାଯାଇଛି। ଏନେଇ ବିଭାଗ ତରଫରୁ ଜଙ୍ଗଲରେ ତଲାସି ଜାରି ରଖିଥିବାବେଳେ ସ୍ଥାନୀୟ ଲୋକେ ସତର୍କ ରହିବାକୁ କର୍ତ୍ତୃପକ୍ଷ ପରାମର୍ଶ ଦେଇଛନ୍ତି।
Powered by Froala Editor