ଘର ଭିତରେ ବାଣ ବିସ୍ଫୋରଣ: ୪ ମୃତ,୪ ଗୁରୁତର
ଖୋର୍ଦ୍ଧା:ବର୍ତ୍ତମାନ ସମୟରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଘର ଭିତରେ ବାଣ ବିସ୍ଫୋରଣ । ଦୋଳ ପୂର୍ଣ୍ଣିମା ପାଇଁ ବାଣ ଭିଡା ବେଳେ ଫୁଟିଲା ବାଣ। ଭୟଙ୍କର ବିସ୍ଫୋରଣରେ ଜଳିଗଲା ଘର । ଆଉ ଏଥିରେ ୪ ଜଣଙ୍କ ମୃତୁ୍ୟ ହୋଇଛି । ଟାଙ୍ଗୀ ଥାନା ଭୂଷଣ୍ଡପୁର ଗ୍ରାମରେ ଏହି ଅଘଟଣ ଘଟିଛି । ଦୋଳ ଉତ୍ସବ ପାଇଁ ବାଣ ପ୍ରସ୍ତୁତିବେଳେ ବାଣ ବିସ୍ଫୋରଣ ଘଟିଛି । ଦିନ ୧୧.୩୦ରେ ବାଣ ବିସ୍ଫୋରଣ ହୋଇଥିବାବେଳେ ଘର ଭିତରେ ୪ ଜଣ ଫସି ରହିଥିଲେ । ଏତେ ଜୋରରେ ବାଣ ବିସ୍ଫୋରଣ ଘଟିଥିଲା ଯେ ଫସିଥିବା ଲୋକଙ୍କୁ ଉଦ୍ଧାର କରିବା ସମ୍ଭବପର ହୋଇନଥିଲା । ଏନେଇ ଖବର ପାଇ ପୁଲିସ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ସେମାନଙ୍କୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ ହେଁ ପ୍ରବଳ ବିସ୍ଫୋରଣ ଯୋଗୁ ସେମାନେ ତୁରନ୍ତ ଘର ଭିତରକୁ ପଶି ପାରିନଥିଲେ । ତେବେ ପରେ ନିଆଁକୁ ଆୟତ୍ତ କରିବା ପରେ ଘର ଭିତରୁ ୪ଜଣଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଏଥିସହ ଆଉ ୪ ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାକୁ ପଠାଯାଇଛି । ତେବେ ମୃତକଙ୍କ ପରିଚୟ ସମ୍ପର୍କରେ ବର୍ତ୍ତମାନ ସୁଦ୍ଧା କିଛି ଜଣାପଡ଼ିନାହିଁ ।