ଦମ୍ପତିଙ୍କ ଆତ୍ମହତ୍ୟା ଉଦ୍ୟମ:ସ୍ତ୍ରୀ ମୃତ, ସ୍ୱାମୀ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଟପୁର ଥାନା ଅନ୍ତର୍ଗତ ଡେଙ୍ଗାଡିରେ ଆଜି ଏକ ଅଭାବନୀୟ ଘଟଣା ଘଟିଥିବାର ଖବର ମିଳିଛି। ଏଠାରେ ଉଭୟ ସ୍ୱାମୀ ଓ ସ୍ତ୍ରୀ ଙ୍କ ଆତ୍ମହତ୍ୟା ଉଦ୍ୟମ କରିଛଡ଼୍ତି। ତେବେ ସ୍ତ୍ରୀଙ୍କର ଘରେ ହିଁ ମୃତ୍ୟୁ ଘଟିଛି। ତେବେ ସ୍ୱାମୀଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁର ଏମକେସିଜିକୁ ସ୍ଥାନାନ୍ତର କରାଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ସୂଚନା ରହିଛି। ଏହି ଦମ୍ପତି ଶିକ୍ଷକ ଓ ଶିକ୍ଷୟତ୍ରୀ ରହିଥିବା ଜଣାଯାଇଛି।
ମୃତ ମହିଳା ହେଲେ ଶୈଳେନ୍ଦ୍ରୀ ମହାନ୍ତି। ତାଙ୍କ ସ୍ୱାମୀ ଜୟସେନ ମହାନ୍ତି କାଚଖଣ୍ଡି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ଥିବା ବେଳେ ସ୍ତ୍ରୀ ଜିଲ୍ଲା ବାହାରେ ଶିକ୍ଷକ ରହିଥିବା ସୂଚନା ମିଳିଛି। ଡେଙ୍ଗାଡିର ଜୟସେନ ଦୁଇ ବର୍ଷ ତଳେ ବୁରାଇର ଶୈଳେନ୍ଦ୍ରୀଙ୍କୁ ବିବାହ କରିଥିଲେ। ଏଯାଏ ଆତ୍ମହତ୍ୟାର କାରଣ ଜଣାପଡ଼ିନାହିଁ।
Powered by Froala Editor