Odisha News Lens 4.1

Top Menu

  • About
  • Contact

Main Menu

  • Home
  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ବିଶେଷ
  • ପରିବେଶ
  • ତର୍ଜମା
  • ସଂସ୍କୃତି
READ NEWS IN ENGLISH ( ver.4.2) Saturday, November 28, 2026, Login
  • About
  • Contact

logo

Header Banner

Odisha News Lens 4.1

  • ରାଜ୍ୟ
  • ରାଜନୀତି
  • ଦେଶ-ଦେଶାନ୍ତର
  • ଜିଲ୍ଲା ପରିକ୍ରମା
  • ଅପରାଧ
  • ମନୋରଞ୍ଜନ
  • ଖେଳ ଖବର
  • ବାଣିଜ୍ୟ
  • ଅନ୍ୟାନ୍ୟ
    • ବିଶେଷ
    • ପରିବେଶ
    • ତର୍ଜମା
    • ସଂସ୍କୃତି
  • ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

  • ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ...

  • ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ...

  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ...

  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ...

  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା ...

  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, ...

  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ...

  • ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ...

  • ହ୍ୱାଟସଆପରେ ଆରମ୍ଭ ହେଲା ମେସେଜ୍ ...

ରାଜ୍ୟ
Home ›› ରାଜ୍ୟ ››ବିଜୁ ଏକ୍ସପ୍ରେସ ଓ୍ଵେ ଲୋକାର୍ପିତ

ବିଜୁ ଏକ୍ସପ୍ରେସ ଓ୍ଵେ ଲୋକାର୍ପିତ

2023-03-05 18:08:31
15206
Share:
Facebook
Twitter
E-Mail
WhatsApp
Telegram
ବିଜୁ ଏକ୍ସପ୍ରେସ ଓ୍ଵେ ଲୋକାର୍ପିତ

ଆଜି ମହାନ ଜନନାୟକ ବିଜୁ ପଟ୍ଟନାୟକ ଜୟନ୍ତୀ ୲ ସାରା ରାଜ୍ୟ ଓଡିଶାର ଏହି ମହାନ ସନ୍ତାନଙ୍କ ଜୟନ୍ତୀକୁ ଶ୍ରଦ୍ଧାର ସହ ପାଳନ କରୁଛି ୲ ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ବରଗଡ, କଳାହାଣ୍ଡି ଓ ନୁଆପଡା ଜିଲ୍ଲା ଗସ୍ତରେ ଯାଇ ଆମପାଣିଠାରେ ବିଜୁ ଏକ୍ସପ୍ରେସ ଓ୍ଵେ କୁ ଏବଂ ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଅର୍ଥନୈତିକ କରିଡର ଲୋକାର୍ପଣ କରିଛନ୍ତି ୲ ଏହା ସହିତ ଏହି ତିନି ଗୋଟି ଜିଲ୍ଲାରେ ୩୦୮୧ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି ୲ ମହିଳା ସଶକ୍ତିକରଣର କର୍ଣ୍ଣଧାର ବିଜୁବାବୁ ଙ୍କ ଜୟନ୍ତୀ ଅବସରରେ ବରଗଡ ନୁଆପଡା ଓ କଳାହାଣ୍ଡି ଜିଲ୍ଲାର ମିଶନ ଶକ୍ତି ମା ମାନଙ୍କୁ ୪୨ କୋଟି ଟଙ୍କାର ଋଣ ସହାୟତା ତଥା ସୁଧ ରିହାତି ମଧ୍ୟ ପ୍ରଦାନ କରିଛନ୍ତି ୲ 

ଏହି ଅବସରରେ ଆୟୋଜିତ ସମାବେଶ ମାନଙ୍କରେ ଉଦବୋଧନ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ବିଜୁ ଏକ୍ସପ୍ରେସ ଓ୍ଵେ କେବଳ ଏକ ରାସ୍ତା ନୁହେଁ ଏହା ହେଉଛି ଏ ଅଞ୍ଚଳର ଜୀବନ ରେଖା ୲  ଏହି  ଏକ୍ସପ୍ରେସ  way କେବଳ  ଏ  ଅଞ୍ଚଳ ନୂହେଁ  ସାରା  ଓଡ଼ିଶା  ପାଇଁ ବିକାଶ ର  ନୂଆ   ଇତିହାସ  

ଲେଖିବ.  ବିଜୁ ଏକ୍ସପ୍ରେସ ଓ୍ଵେ ଏ ଅଞ୍ଚଳ ପାଇଁ ଅନେକ ସୁଯୋଗ ଆଣିଛି ବୋଲି  ବର୍ଣ୍ଣନା  କରି  ମୁଖ୍ୟମନ୍ତ୍ରୀ  କହିଲେ  ଯେ , ଚାଷୀ ପାଇଁ ବଜାର ସୁବିଧା ମିଳିବ ୲ ଛାତ୍ରଛାତ୍ରୀମାନଙ୍କ ପାଠପଢା ପାଇଁ ସୁବିଧା, ବ୍ୟବସାୟୀ ମାନଙ୍କୁ ସୁବିଧା, ସ୍ୱାସ୍ଥ୍ୟ ସେବାରେ   ଆହୁରି ଉନ୍ନତି  ଆସିବ ,ସାଧାରଣ ଲୋକ ମଧ୍ୟ ସୁବିଧାରେ ଯାତାୟତ ରୂପାନ୍ତର  କାମ କୁ  ମଜଭୁତ  କରିବ .

 ସୋହେଲାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସର ଦୁଇପାଖେ ବିଜୁ ଅର୍ଥନୈତିକ କରିଡର ହେବାଦ୍ଵାରା ପୁଞ୍ଜି ବିନିଯୋଗ ବଢିବ ଏବଂ ନୂଆ ନୂଆ ଶିଳ୍ପ ଗଢି ଉଠିବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଥିଲେ ୲  


ସେ  କଥା  ନୂହେଁ  କାମ ରେ  ବିଶ୍ବାସ  କରନ୍ତି  ବୋଲି  ତାଙ୍କ  ଉକ୍ତି କୁ   ଦୋହରାଇ  ମୁଖ୍ୟମନ୍ତ୍ରୀ  କହିଥିଲେ  ଯେ ବିଜୁ ଅର୍ଥନୈତିକ କରିଡରକୁ ପୁଞ୍ଜିପତିମାନଙ୍କୁ ଆକର୍ଷଣ କରିବା ପାଇଁ ପ୍ରୋତ୍ସାହନ ଭାବରେ ଅତିରିକ୍ତ ୩୦ ପ୍ରତିଶତ ରିହାତି ନିବିଶେକମାନଙ୍କୁ ମିଳିବ ୲

 ଶିଳ୍ପ ବିକାଶ କାର୍ଯ୍ୟ ତ୍ଵରାନିତ କରିବା ପାଇଁ ଆଗୁଆ ଜମି ଅଧିଗ୍ରହଣ କାର୍ଯ୍ୟ ମଧ୍ୟ ଆରମ୍ଭ ହୋଇଛି ୲ ବିଜୁ ଅର୍ଥନୈତିକ କରିଡର ଦ୍ଵାରା ସୁନ୍ଦରଗଡ, ସମ୍ବଲପୁର, ଝାରସୁଗୁଡା, ନୁଆପଡା, କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଆଦି ଜିଲ୍ଲାବାସୀ ବିଶେଷ ଭାବରେ ଉପକୃତ ହେବେ ୲ ପଶ୍ଚିମ ଓ ଦକ୍ଷିଣ ଓଡିଶା ମଧ୍ୟରେ ଅର୍ଥନୈତିକ କାର୍ଯ୍ୟକଳାପ ବୃଦ୍ଧି ଘଟିବ ୲ ପର୍ଯ୍ୟଟନର ମଧ୍ୟ ବିକାଶ ଘଟିବ ୲

ଘଟିପଡାରୁ ଆମପାଣି ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ ଓ୍ଵେର ଚାରିଥାକିଆ ରାସ୍ତା କାମ ରେକର୍ଡ ଏକ ବର୍ଷ ମଧ୍ୟରେ ଶେଷ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଧନ୍ୟବାଦ ଜଣାଇଥିଲେ. ଓଡିଶାରେ ଭିତ୍ତିଭୂମି ବିକାଶ ପାଇଁ ଅଗ୍ରଣୀ ଭୁମିକା ନେଇଥିବା ମହାନ ଜନନାୟକ ବିଜୁ ବାବୁଙ୍କୁ ସ୍ମରଣ କରି ମୁଖ୍ୟମନ୍ତ୍ରୀ କହିଥିଲେ ବିଜୁ  ବାବୁଙ୍କ  ଆଦର୍ଶରେ  ଏକ  ସଶକ୍ତ  ଓଡିଶା  ଗଠନ ପାଇଁ  ସେ  କାମ  କରି  ଚାଲିଛନ୍ତି. 

ସମ୍ବଲପୁର- ରାଉଲକେଲା ରାସ୍ତା ବିଜୁବାବୁଙ୍କ ପରିକଳ୍ପନା ଥିଲା . L&T ରାସ୍ତାଭାବେ ପରିଚିତ ଏହି ରାସ୍ତାର ଆରମ୍ଭ ସ୍ଵର୍ଗତ ବିଜୁବାବୁ ୧୯୯୩ ମସିହାରେ ଆରମ୍ଭ କରିଥିଲେ ୲ ବୋଲି  ମୁଖ୍ୟମନ୍ତ୍ରୀ  କହିଥିଲେ.


 ଓଡିଶା ମାଟି ଓ ଏ ମାଟିର ମଣିଷର ସ୍ଵପ୍ନ ସହ ବିଜୁବାବୁ ସବୁବେଳେ ଯୋଡିହୋଇ ରହିଥିଲେ ବୋଲି ମତ ଦେଇ ତାଙ୍କ ପ୍ରତି ମୁଖ୍ୟମନ୍ତ୍ରୀ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲ ୲ 

ଏହି ସବୁ  କାର୍ଯ୍ୟକ୍ରମରେ  ମନ୍ତ୍ରୀ  ମଣ୍ଡଳର  ସଦସ୍ୟ  ,  ତଥା  ବିଧାୟକ  ମାନେ  ଉପସ୍ଥିତ  ଥିଲେ.

Powered by Froala Editor

Tags Chief minister, Naveen Patnaik

Related articles Odisha News Lens 4.1

  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?
    ଦେଶ-ଦେଶାନ୍ତର

    ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?

    14915
    Nov 27, 2026
  • SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...
    ଦେଶ-ଦେଶାନ୍ତର

    SBI କ୍ରେଡିଟ କାର୍ଡ ବ୍ୟବହାରକାରୀ ହୋଇଯାଆନ୍ତୁ ସାବଧାନ, ଡିସେମ୍ବର ୧ ରୁ ଆପଣଙ୍କ ପକେଟ ...

    14827
    Nov 27, 2026
  • ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ
    ଦେଶ-ଦେଶାନ୍ତର

    ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ

    14573
    Nov 27, 2026
  • ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
    ଦେଶ-ଦେଶାନ୍ତର

    ଆଜି ଦୀପଥୁନରେ ଦୀପ ଜାଳିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

    14051
    Nov 28, 2026
  • ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ ...
    ବାଣିଜ୍ୟ

    ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ ...

    15454
    Nov 28, 2026
  • ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ
    ଦେଶ-ଦେଶାନ୍ତର

    ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

    14649
    Nov 28, 2026
  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ...
    ବାଣିଜ୍ୟ

    ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ...

    13798
    Nov 27, 2026
  • ହ୍ୱାଟସଆପରେ ଆରମ୍ଭ ହେଲା ମେସେଜ୍ ସିଡ୍ୟୁଲିଂ ଫିଚର, କଣ ରହିଛି ଫାଇଦା ଜାଣନ୍ତୁ.....
    ଦେଶ-ଦେଶାନ୍ତର

    ହ୍ୱାଟସଆପରେ ଆରମ୍ଭ ହେଲା ମେସେଜ୍ ସିଡ୍ୟୁଲିଂ ଫିଚର, କଣ ରହିଛି ଫାଇଦା ଜାଣନ୍ତୁ.....

    15307
    Nov 26, 2026
  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ...
    ବାଣିଜ୍ୟ

    ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ...

    13932
    Nov 28, 2026

ଆପଣ ଆଗ୍ରହୀ ହୋଇପାରନ୍ତି

  • ଦେଶ-ଦେଶାନ୍ତର

    ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି

    15800
    Nov 26, 2026
  • ଦେଶ-ଦେଶାନ୍ତର

    ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

    14649
    Nov 28, 2026
  • ଦେଶ-ଦେଶାନ୍ତର

    ମୋଦିଙ୍କର ଦେଶ କିପରି ଚଳାଇବାକୁ ହୁଏ, କୌଣସି ଧାରଣା ନାହିଁ: ଖଡ଼ଗେ

    14573
    Nov 27, 2026

Advertisement

ସଂସ୍କୃତି

ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ

ଭୁବନେଶ୍ୱର, ୧୫/୦୫ (ନି.ପ୍ର.): ସ୍ଥାନୀୟ ରବୀନ୍ଦ୍ର ମଣ୍ଡପଠାରେ "ନୃତ୍ୟାଞ୍ଜଳୟ ଉତ୍ସବ-୨୦୨୨" ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଧର୍ମଶାଳା ବିଧାୟକ ସ୍ଵାଧୀନ ହିମାଂଶୁ ଶେଖର ସାହୁ, ପଦ୍ମଶ୍ରୀ ଗୁରୁ କୁମକୁମ ମହାନ୍ତି, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପ-ନିର୍ଦ୍ଦେଶିକା ଶ୍ରୀମ ...

  • ଓଡ଼ିଶାଲିଙ୍କ୍ସର ୮ମ ସ୍ଵନକ୍ଷତ୍ର, ଲୁହରେ ଭିଜାଇଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଭକ୍ତି ଆଧାରିତ ନାଟକ ‘ଅଦୃଶ୍ୟ ଜଗନ୍ନାଥ‘

    17326
    Jun 25, 2025
  • ୨୯ ତମ ଓଏମ୍‌ସି. ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବ ଉଦ୍‍ଯାପିତ

    18028
    Sep 10, 2023
  • ୨୯ ତମ ଓଏମ୍‌ସି ଗୁରୁ କେଳୁଚରଣ ମହାପାତ୍ର ପୁରସ୍କାର ଉତ୍ସବର ଚତୁର୍ଥ ସଂଧ୍ୟାରେ କୁଚିପୁଡ଼ି ନୃତ୍ୟ ସାଙ୍ଗକୁ ତବଲା ବାଦରେ ଦର୍ଶକ ବିଭୋର

    17983
    Sep 09, 2023
  • କଥକ ଶାସ୍ତ୍ରୀୟ ନୃତ୍ୟ ସହିତ ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତରେ ଦର୍ଶକ ବିଭୋର

    18397
    Sep 06, 2023

ବିଶେଷ

  • ଏହିସବୁ କାମ କଲେ ଘରେ ହୋଇଥାଏ ଅଶାନ୍ତି

    14747
    Nov 26, 2026
  • ଛୋଟପିଲାଙ୍କ ମଧୁମେହ ଲକ୍ଷଣ ଜାଣନ୍ତୁ ଏମିତି....

    15617
    Nov 18, 2026
  • ଶୀତଦିନେ ଏମିତି କରନ୍ତୁ ମେକ୍ଅପ୍

    15017
    Nov 14, 2026
  • ଓଠରୁ ଜାଣନ୍ତୁ ରୋଗର ପ୍ରଥମ ସଙ୍କେତ

    14646
    Nov 09, 2026
  • ବାଦୁଡିଙ୍କ ପାଇଁ ୧୦୦ ବର୍ଷ ହେଲା ବାଣ ଫୁଟା ବ୍ୟାନ୍

    15986
    Nov 08, 2026

ବାଣିଜ୍ୟ

ଭି.ଏ.ଏମ୍.ଏଲ୍. ଲାଞ୍ଜିଗଡ଼ ଏହାର ପାୱାର ପ୍ଲାଣ୍ଟରେ ଏଆଇ-ଚାଳିତ ସଫେଇ ରୋବୋଟ୍ ନିୟୋଜନ କରିଛି

ଭୁବନେଶ୍ୱର  : ସ୍ମାର୍ଟ ଏବଂ ସ୍ଥାୟୀ ସମାଧାନ ମାଧ୍ୟମରେ ପରିଚାଳନାଗତ ଉତ୍କର୍ଷତାକୁ ସୁଦୃଢ଼ କରିବା ପାଇଁ ଏହାର ନିରନ୍ତର ପ୍ରୟାସର ଏକ ଅଂଶ ଭାବରେ, ବେଦାନ୍ତ ଆଲୁମିନିୟମ୍, ଲାଞ୍ଜିଗଡ଼ ଏହାର ନୂତନ ପାୱାର ପ୍ଲା ...

  • ଓଡ଼ିଶା କ୍ରାଫ୍ଟ ଓଡିସୀର ମୋଲ୍‌ଟେନ୍‌ ମନୋଲିଥ୍‌ ଡୋକ୍ରାର ଇତିହାସ, କାରିଗରୀ ଓ ସମକାଳୀନ କଳାକୁ ଏକତ୍ରିତ କରୁଛି

    13932
    Nov 28, 2026
  • ଆମୱେ ଇଣ୍ଡିଆ ଓ ଆଇଟିସିଏଫ୍‌ଏସ୍‌ଏଏନ୍‌ ଖାଦ୍ୟ ସୁରକ୍ଷା ଏବଂ ପୁଷ୍ଟିସାଧନ ସଚେତନତା ସୁଦୃଢ କରିବାକୁ ବୁଝାମଣାପତ୍ରରେ ସ୍ୱାକ୍ଷର କଲେ

    13798
    Nov 27, 2026
  • ଇଣ୍ଟରନ୍ୟାସ୍‌ନାଲ ପର୍‌ଫରମିଂ ଆର୍ଟ୍‌ସ୍‌ ଫେଷ୍ଟିଭାଲ (ଆଇପିଏଏଫ୍‌) ୫ମ ବର୍ଷ- ପୁରୀ ସଂସ୍କରଣ ୨୦୨୬

    14985
    Nov 25, 2026
  • ଭିଏଏମଏଲ କୋଇଲା ଖଣି ପ୍ରକଳ୍ପ ଆରୋଗ୍ୟମ୍ ଜରିଆରେ ଗ୍ରାମୀଣ ସ୍ୱାସ୍ଥ୍ୟସେବାକୁ ଆଗେଇ ନେଉଛି

    16060
    Nov 24, 2026

ଅନଲାଇନ୍ ସଂଯୋଗ

  • 67944
    Followers
  • 227640
    Likes
  • 54300
    Subscribers

Subscribe to our Newsletter

Sign up to receive email updates and to hear what's going on with our magazine!

logo

ଆଜିକାଲି, ମୁଦ୍ରିତ ଖବରକାଗଜ ପଢିବା ପାଇଁ ଲୋକଙ୍କ ପାଖରେ ପର୍ଯ୍ୟାପ୍ତ ସମୟ ନାହିଁ, ଯାହା ଗତକାଲିର ସାଧାରଣ ଘଟଣାକୁ କଭର୍ କରିଥାଏ, ତେଣୁ ସର୍ବଶେଷ ଖବର ପାଇବା ପାଇଁ ସେମାନେ ସର୍ବଦା ୱେବ୍ ପୋର୍ଟାଲ୍ କିମ୍ବା ଇଲେକ୍ଟ୍ରୋନିକ୍ ମିଡିଆ ଅନୁସରଣ କରିବାକୁ ଆଗ୍ରହୀ ଅଟନ୍ତି |

ଆମର ଅନଲାଇନ୍ ନ୍ୟୁଜ୍ ପୋର୍ଟାଲ୍ ସମଗ୍ର ବିଶ୍ୱରେ ସର୍ବଶେଷ ଅଦ୍ୟତନ, ସାମ୍ପ୍ରତିକ ଘଟଣା ସହିତ ଲୋକଙ୍କୁ ଶିକ୍ଷା ଏବଂ ସୂଚନା ଦେବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ |

  • ଖବର

  • ଯୋଗୀ ଆଦିତ୍ୟନାଥଙ୍କୁ ଖୋଲାଖୋଲି ପ୍ରଶଂସା କଲେ ସଞ୍ଜୟ ରାଉତ, କାହିଁକି ଜାଣନ୍ତୁ?

    14915
    Nov 27, 2026
  • ତାମିଲନାଡୁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ବାପା ହେଲେ ମିଳିବ ଏତିକି ଦିନ ଛୁଟି

    15800
    Nov 26, 2026
  • ଖାତକୁ ଖସିଲା ଟାଟା ସୁମୋ କାର, ୪ ମୃତ

    14649
    Nov 28, 2026

About Us

  • Bhubaneswar, Odisha, India
  • 0 00000 000 00
  • odishanewslens@gmail.com

Follow us

  • Home
  • Contact Us
  • About Us
© Copyright Odisha News Lens 4.1. All rights reserved. in association with Konect.In