ମୁକେଶ ଅମ୍ବାନୀ, ଅମିତାଭ୍ ବଚନ, ଧର୍ମେନ୍ଦ୍ରଙ୍କ ଘର ଉପରେ ବୋମାମାଡ ଧମକ
ମୁକେଶ ଅମ୍ବାନୀ, ଅମିତାଭ୍ ବଚନ, ଧର୍ମେନ୍ଦ୍ରଙ୍କ ଘର ଉପରେ ବୋମାମାଡ କରି ବିସ୍ଫୋରଣ କରିଦେବାର ଧମକ ମିଳିଛି । ମହାରାଷ୍ଟ୍ର ନାଗପୁର ପୋଲିସ କଣ୍ଟ୍ରୋଲ ରୁମ୍କୁ ଜଣେ ଅଜ୍ଞାତ ବ୍ୟକ୍ତି ଫୋନ୍ କରି ଏହି ସୂଚନା ଦେଇଛନ୍ତି । ମୁକେଶ ଅମ୍ବାନୀଙ୍କ ବଙ୍ଗଳା ଆଣ୍ଟିଲିଆରେ ବିସ୍ଫୋରଣ ହେବ ବୋଲି କଲ୍ କରୁଥିବା ବ୍ୟକ୍ତି ଦାବି କରିଛନ୍ତି ।
ଫୋନ୍ କରିଥିବା ବ୍ୟକ୍ତି ଜଣକ କହିଛନ୍ତି ଯେ ଅମ୍ବାନୀ, ବଚ୍ଚନ ଓ ଧର୍ମେନ୍ଦ୍ରଙ୍କ ଘର ନିକଟରେ ବୋମା ରଖାଯାଇଛି । ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ୨୫ ଜଣ ସଶସ୍ତ୍ର ବ୍ୟକ୍ତି ମୁମ୍ବାଇର ଦାଦରରେ ପହଞ୍ଚିଛନ୍ତି ବୋଲି ଫୋନ୍ କରିଥିବା ବ୍ୟକ୍ତି ଦାବି କରିଛି । ଏହି ଫୋନ୍ କଲ୍ ଆସିବା ମାତ୍ରେ ନାଗପୁର ପୁଲିସ ସତର୍କ ହୋଇଯାଇଥିଲା ଏବଂ ତୁରନ୍ତ ଏହି ସୂଚନା ମୁମ୍ବାଇ ପୁଲିସକୁ ଦିଆଯାଇଥିଲା। ଯାହା ପରେ ସମସ୍ତ ଘର ବାହାରେ ସର୍ଚ୍ଚ ଅପରେସନ ଚାଲିଛି ।
ପୂର୍ବରୁ ମଧ୍ୟ ଅନେକ ଥର ମୁକେଶ ଅମ୍ବାନି ଓ ଅମିତାଭଙ୍କ ଘରକୁ ଉଡ଼ାଇବାକୁ ଧମକ ଆସିଥିଲା । ତେବେ ପ୍ରଥମ ଥର ପାଇଁ ଧର୍ମେନ୍ଦ୍ରଙ୍କ ନାଁରେ ଧମକ ଆସିଛି ।
Powered by Froala Editor