ଏନ୍କାଉଣ୍ଟରରେ ଆତଙ୍କବାଦୀ ନିହତ
ଜମ୍ମୁ-କଶ୍ମୀର ପୁଲୱାମାର ଅବନ୍ତିପୋରାରେ ସୁରକ୍ଷାବାହିନୀର ଏନ୍କାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ମୃତ ଆତଙ୍କବାଦୀ ଜଣକ ପୁଲୱାମାର ଆକିବ ମୁସ୍ତାକ ଭଟ୍ଟ ବୋଲି ଜଣାପଡିଛି। ମୃତ ଆତଙ୍କବାଦୀଙ୍କଠାରୁ ଗୋଟିଏ ଏକେ-୪୭ ରାଇଫଲ, ଗୋଟିଏ ଏକେ-୫୬ ରାଇଫଲ, ଗୁଳିଗୋଳା ଓ ମାଗାଜିନ୍ ଜବତ ହୋଇଛି। ଏହି ସମୟରେ ଜଣେ ଯବାନ ମଧ୍ୟ ଶହୀଦ ହୋଇଥିବା ଜଣାପଡ଼ିଛି।
ଦୁଇ ଦିନ ତଳେ ଜଣେ କଶ୍ମୀର ପଣ୍ଡିତଙ୍କୁ ଆତଙ୍କବାଦୀମାନେ ହତ୍ୟା କରିବା ପରେ ପୁଲୱାମାର ପ୍ୟାଡଗାମପୋରା ଅଞ୍ଚଳରେ କର୍ଡନ କରି ସର୍ଚ୍ଚ ଅପରେସନ ଚାଲିଥିଲା। ଆଜି ଭୋରୁ ସୁରକ୍ଷାବାହିନୀ ଏନ୍କାଉଣ୍ଟର କରିଥିଲା । ଆକିବ ମୁସ୍ତାକ ପ୍ରଥମେ ଏଚ୍ଏମ୍ ଆତଙ୍କବାଦୀ ସଂଗଠନ ପାଇଁ କାମ କରୁଥିଲା, ବର୍ତ୍ତମାନ ସେ ଟିଆରଏଫ୍ ସହିତ କାମ କରୁଥିଲା।
Powered by Froala Editor