ତ୍ରୁଣ ମୂଳ କଂଗ୍ରେସର ଟ୍ବିଟର୍ ଆକାଉଣ୍ଟ୍ ହ୍ୟାକ୍

ତ୍ରୁଣ ମୂଳ କଂଗ୍ରେସର ଅଫିସିଆଲ୍ ଟ୍ବିଟର୍ ଆକାଉଣ୍ଟ୍ ମଙ୍ଗଳବାର ହ୍ୟାକ୍ ହୋଇଛି। ଆକାଉଣ୍ଟ୍ରେ ଡିସ୍ପ୍ଲେ ପିକ୍ଚର ପରିବର୍ତ୍ତନ ହୋଇଥିବା ବେଳେ ଡିସ୍ପ୍ଲେ ହ୍ୟାଣ୍ଡେଲ୍ ବି ପରିବର୍ତ୍ତିତ ହୋଇ ‘ୟୁଗୋ ଲ୍ୟାବ୍ସ’ ହୋଇଯାଇଛି। ହେଲେ ଏଯାବତ ଆକାଉଣ୍ଟ ହ୍ୟାକ୍ ହୋଇଥିବା ନେଇ ଟିଏମ୍ସି ତରଫରୁ ଅଫିସିଆଲି କିଛି ସୂଚନା ଦିଆଯାଇନି।ଗଣମାଧ୍ୟମକୁ ସୂଚନା ଦେଇ ଟିଏମ୍ସି ପକ୍ଷରୁ କୁହାଯାଇଛି ଯେ ଏହି ଅସୁବିଧାକୁ ଖୁବ୍ ଶୀଘ୍ର ସମାଧାନ କରାଯିବାର ବାଟ ଖୋଜା ଯାଉଛି।
ତେବେ ଏବେ ପର୍ଯ୍ୟନ୍ତ ହ୍ୟାକର୍ସ ଟ୍ବିଟର୍ରେ କୌଣସି ପୋଷ୍ଟ୍ କରିନାହିଁ। ‘ୟୁଗୋ ଲ୍ୟାବ୍ସ’ ହେଉଛି ଆମେରିକାରେ ଥିବା ବ୍ଲକ୍ଚେନ୍ ଟେକ୍ନୋଲୋଜି କମ୍ପାନି, ଯାହାକି ଏନ୍ଏଫ୍ଟି ଏବଂ ଡିଜିଟାଲ୍ କଲେକ୍ଟିବିଲ୍ର ବିକାଶ କରେ। କ୍ରିପ୍ଟୋକରେନ୍ସି ଏବଂ ଡିଜିଟାଲ୍ ମିଡିଆ ଏହାର ଉଦାହରଣ।
ଗତ ବର୍ଷ ଏପ୍ରିଲରେ ମଧ୍ୟ ଏଭଳି ଘଟଣା ସାମନାକୁ ଆସିଥିଲା। ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ (ସିଏମଓ) ର ଟ୍ୱିଟର ଆକାଉଣ୍ଟକୁ ମଧ୍ୟ ହ୍ୟାକ୍ କରାଯାଇଥିଲା। ଯେତେବେଳେ ଅଜ୍ଞାତ ହ୍ୟାକର୍ସମାନେ ୟୁପି ସିଏମ୍ଓ ଟ୍ୱିଟର ହ୍ୟାଣ୍ଡେଲ ବ୍ୟବହାର କରି ବ୍ୟକ୍ତିଗତ ପୋଷ୍ଟ ପ୍ରକାଶ କରିଥିଲେ ସେତେବେଳେ ଏହି ଘଟଣା ସାମ୍ନାକୁ ଆସିଥିଲା।
Powered by Froala Editor