ପକ୍ଷୀ ପାଇଁ ଅହମ୍ମଦାବାଦରେ ଜରୁରୀ ଅବତରଣ କଲା ଇଣ୍ଡିଗୋ

ସୁରଟରୁ ଦିଲ୍ଲୀ ଯାଉଥିବା ଏକ ଇଣ୍ଡିଗୋ ବିମାନ ପକ୍ଷୀ ସହ ମାଡ଼ ହେବାରୁ ଅହମ୍ମଦାବାଦ ବିମାନବନ୍ଦରରେ ଜରୁରୀକାଳୀନ ଅବତରଣ କରିଛି। ଏନେଇ ଡିଜିସିଏ ପକ୍ଷରୁ ବିବୃତ୍ତି ଜାରି କରାଯାଇଛି।
ରବିବାର ସକାଳ ୮ଟାରେ ସୁରଟ ବିମାନବନ୍ଦରରୁ ବିମାନ ୬ଇ୬୪୬ ବାହାରିଥିଲା। ହେଲେ ବିମାନ ଦିଗ ବଦଳାଇବା ପରେ ଯାତ୍ରୀମାନେ ଚିନ୍ତିତ ହୋଇପଡ଼ିଥିଲେ। ଏନେଇ ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି, ଦିଲ୍ଲୀ ଇଣ୍ଡିଗୋର ଏକ ବିମାନ ସୁରଟରୁ ବାହାରିଥିଲା। ହେଲେ ସକାଳେ ପକ୍ଷୀ ସହ ଧକ୍କା ଲାଗିଥିଲା। ଘଟଣା ନେଇ ପାଇଲଟ୍ଙ୍କ ସହ କଥାବାର୍ତ୍ତା କରିବା ବେଳେ ପ୍ରଥମେ ସବୁକିଛି ଠିକ୍ ଥିବା ସେ କହିଥିଲେ। ହେଲେ ପରେ ଇଞ୍ଜିନରେ ତ୍ରୁଟି ଥିବା ଜଣାପଡ଼ିଥିଲା। ଏହି ପରିସ୍ଥିତିକୁ ଦେଖି ବିମାନର ଦିଗ ବଦଳାଇବାକୁ ନିଷ୍ପତ୍ତି ନିଆଯାଇଥିଲା। ଅହମ୍ମଦାବାଦ ବିମାନବନ୍ଦରରେ ଏହା ନିରାପଦରେ ଅବତରଣ କରିବା ପରେ ସୁରକ୍ଷିତ ଭାବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଦିଲ୍ଲୀ ପଠାଯାଇଥିଲା।
Powered by Froala Editor