ଖେରାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ମନ୍ତବ୍ୟ ଦେବା ମାମଲାରେ ଆସାମ ପୋଲିସ ଗୁରୁବାର କଂଗ୍ରେସର ମୁଖପାତ୍ର ପବନ ଖେରାଙ୍କୁ ଗିରଫ କରିଥିଲା। ପବନ ଖେରାଙ୍କ ବିରୋଧରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନକୁ ବିରୋଧ କରି ଦିଲ୍ଲୀ ବିମାନ ବନ୍ଦରର ୧ ନମ୍ବର ଟର୍ମିନାଲ୍ରେ ସାଂସଦଙ୍କ ସମେତ ପ୍ରାୟ ୫୦ଜଣ କଂଗ୍ରେସ ନେତା ଧାରଣାରେ ବସି ବିମାନଟିକୁ ରାୟପୁର ଛାଡି ନଥିଲେ । କିଛି ଘଣ୍ଟାର ହାଇ ଭୋଲଟେଜ୍ ଡ୍ରାମା ପରେ ପବନ ଖେରାଙ୍କୁ ସୁପ୍ରିମକୋର୍ଟରୁ ଅନ୍ତରୀଣ ଜାମିନ ମିଳିସାରିଛି।
ଖେରାଙ୍କୁ ସୁପ୍ରିମକୋର୍ଟଙ୍କଠାରୁ ଆଉ ଏକ ଆଶ୍ୱସ୍ତି ମିଳିଛି। ଏଥିରେ ତାଙ୍କ ବିରୋଧରେ ଦାଖଲ ହୋଇଥିବା ସମସ୍ତ ୩ଟି ଏଫ୍ଆଇଆରକୁ ଗୋଟିଏ ସ୍ଥାନରେ କ୍ଲବ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ତେବେ କେଉଁ କୋର୍ଟରେ ଏକାଠି ଶୁଣାଣି ହେବ ତାହା ଏପର୍ଯ୍ୟନ୍ତ ସ୍ଥିର ହୋଇନାହିଁ।
ସୂଚନା ଅନୁସାରେ, ଆସାମ ପୁଲିସର ସୂଚନାକ୍ରମେ ବରିଷ୍ଠ କଂଗ୍ରେସ ମୁଖପାତ୍ର ଖେରାଙ୍କୁ ଜବରଦସ୍ତ ଇଣ୍ଡିଗୋ ବିମାନରୁ ଓହ୍ଲାଇ ଦିଆଯାଇଥିଲା। ପରେ ପରେ ଆସାମ ପୁଲିସ ପୂର୍ବରୁ ଜାରି ଏକ ‘ଏଫ୍ଆଇଆର୍’ ଆଧାରରେ ବିମାନ ବନ୍ଦରରେ ପହଞ୍ଚି ଖେରାଙ୍କୁ ଗିରଫ କରିଛି। ଖେରା ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅପମାନିତ କରିଛନ୍ତି ବୋଲି ଜଣେ ‘ବିଜେପି’ ନେତାଙ୍କ ଅଭିଯୋଗକୁ ଆଧାର କରି ଏହି ମାମଲା କରାଯାଇଥିଲା।
Powered by Froala Editor